ପିକନିକ୍‌ରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା,ସ୍କୁଲ ବସ୍‌କୁ ପିଟିଲା ଟ୍ରକ୍‌; ୪ ମୃତ

Nov 24, 2026 - 12:21
ପିକନିକ୍‌ରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା,ସ୍କୁଲ ବସ୍‌କୁ ପିଟିଲା ଟ୍ରକ୍‌; ୪ ମୃତ

ନନ୍ଦିଘୋଷ ବ୍ୟୁରୋ: ପିକନିକ୍ ସାରି ହସଖୁସିରେ ଘରକୁ ଫେରୁଥିଲେ ସ୍କୁଲ ପିଲା। ହେଲେ ରାସ୍ତାରେ ଛକି ବସିଥିଲା ମୃତ୍ୟୁ। ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଶୌଚାଳୟ ଯିବା ପାଇଁ ରାସ୍ତା କଡ଼ରେ ଅଟକିଥିବା ସ୍କୁଲ ବସ୍‌କୁ ପଛପଟୁ ଧକ୍କା ଦେଇଛି ଏକ ଦ୍ରୁତଗାମୀ ଆଳୁ ବୋଝେଇ ଟ୍ରକ୍। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଛାତ୍ର ଓ ସ୍କୁଲ କର୍ମଚାରୀ ଆହତ ହୋଇଛନ୍ତି।

ମଙ୍ଗଳବାର  ସକାଳ ପ୍ରାୟ ୬ଟା ସମୟରେ ଏକ୍ସପ୍ରେସୱେର ୨୧୦ ନମ୍ବର ମାଇଲଷ୍ଟୋନ ନିକଟ ଥାଥିୟା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। କୌଶାମ୍ବୀର ଓରିଏଣ୍ଟାଲ ପବ୍ଲିକ୍ ସ୍କୁଲର ଏକ ବସ୍‌ରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀ ଆଗ୍ରା ଓ ମଥୁରାରୁ ପିକନିକ୍ ସାରି ଘରକୁ ଫେରୁଥିଲେ। ରାସ୍ତାରେ ପିଲାମାନଙ୍କୁ ଶୌଚାଳୟ ଯିବାକୁ ପଡ଼ିବାରୁ ବସ୍‌ଟି ଏକ୍ସପ୍ରେସୱେ କଡ଼ରେ ଅଟକିଥିଲା। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକ୍ ବସ୍‌କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍‌ର ପଛ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିଲା। ବସ୍‌ ଭିତରେ ଥିବା ଅନେକ ପିଲା ସିଟ୍ ମଧ୍ୟରେ ଫସି ରହିଥିଲେ। ଚାରିଆଡ଼େ ଶୁଭିଥିଲା ଆର୍ତ୍ତଚିତ୍କାର। ଏହା ଦେଖି ସ୍ଥାନୀୟ ଲୋକେ ଓ ଅନ୍ୟ ଯାତ୍ରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।

ଖବର ପାଇ ପୋଲିସ, ଉଦ୍ଧାରକାରୀ ଦଳ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତିରୱା ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ଡାକ୍ତର ୪ ଜଣ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କାନପୁର ପଠାଯାଇଛି। ମୃତ ଛାତ୍ରମାନେ ହେଲେ ୧୪ ବର୍ଷୀୟ ଆର୍ଯ୍ୟନ ଚୌରାସିଆ, ୧୬ ବର୍ଷୀୟ ରଜିଉଲ୍ଲାହ, ୧୭ ବର୍ଷୀୟ ଜାଇଦ ମିର୍ଜା ଏବଂ ୧୭ ବର୍ଷୀୟ ଅରମାନ। ଏହି ଘଟଣା ପରେ ଚାରିଟି ପରିବାରରେ ଖେଳିଯାଇଛି ଶୋକର ଛାୟା। ଯେଉଁ ପିଲାମାନେ ପିକନିକ୍‌ରୁ ଫେରିବା ପରେ ଘରେ ଖୁସି ବାଣ୍ଟିଥାନ୍ତେ, ସେମାନଙ୍କ ମୃତ୍ୟୁ ଖବର ପରିବାରକୁ ସ୍ତବ୍ଧ କରିଦେଇଛି। ଅନ୍ୟପଟେ ଦୁର୍ଘଟଣାର ତଦନ୍ତ ଜାରି ରଖିଛି ପୋଲିସ୍ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)