ଘର ଲୋକଙ୍କୁ କୋଠରୀରେ ବନ୍ଦ କରି ୨୦ ଲକ୍ଷର ସୁନା ଗହଣା ଲୁଟ୍, ଚୋରି ପରେ ଚା’ ପିଇଲେ ଦୁର୍ବୃତ୍ତ
ନନ୍ଦିଘୋଷ ବ୍ୟୁରୋ: ଘର ଲୋକଙ୍କୁ କୋଠରୀରେ ବନ୍ଦ କରି କଳାକନା ବୁଲାଇଲେ ଚୋର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ଘରେ ସମସ୍ତେ ଶୋଇଥିବା ବେଳେ ବାରିପଟୁ ଘର ଭିତରେ ପଶିଥିଲେ ଦୁର୍ବୃତ୍ତ । ପ୍ରଥମେ ଘରର ବିଭିନ୍ନ କୋଠରୀରେ ଶୋଇଥିବା ପରିବାର ସଦସ୍ୟଙ୍କ ବେଡ୍ରୁମ୍ କବାଟକୁ ବାହାର ପଟୁ ବନ୍ଦ କରିଦେଇଥିଲେ । ଫଳରେ ଘର ଲୋକେ ନିଜ ନିଜ କୋଠରୀରୁ ବାହାରି ପାରିନଥିଲେ । ଚୋରମାନେ ଘରୁ ସମସ୍ତ ସୁନା ଓ ରୁପା ଅଳଙ୍କାର ଲୁଟି ଥିଲେ ଫ୍ରିଜରୁ କ୍ଷୀର ବାହାର କରି ଚାହା ତିଆରି କରି ପିଇବା ସହ କିଛି ସମୟ ବିତାଇବା ଜଣାପଡିଛି ।
ଭଂଜନଗର ଥାନା କୁଲାଡ଼ ଗାଁର ଶିବପ୍ରସାଦ ସାହୁଙ୍କ ଘରୁ ପ୍ରାୟ ୧୫ ଭରି ସୁନା ଓ ରୂପା ଅଳଙ୍କାର ଚୋରି ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି । ପଡ଼ୋଶୀଙ୍କୁ ଫୋନ୍ କରି ଡାକିବା ପରେ ରୁମରୁ ବାହାରି ଏଭଳି ଘଟଣା ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ଭଞ୍ଜନଗର ଥାନାକୁ ଖବର ଦିଆଯାଇଥିଲା । ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
