ପଶ୍ଚିମବଙ୍ଗ ପୂଜା ପଣ୍ଡାଲ୍ ଅଘଟଣ: ଭିଡ଼ ପାଇଁ ଲୋକଙ୍କ ମାନସିକତାକୁ ଦାୟୀ କଲେ ବିଧାୟିକା

Oct 23, 2026 - 12:20
ପଶ୍ଚିମବଙ୍ଗ ପୂଜା ପଣ୍ଡାଲ୍ ଅଘଟଣ: ଭିଡ଼ ପାଇଁ ଲୋକଙ୍କ ମାନସିକତାକୁ ଦାୟୀ କଲେ ବିଧାୟିକା

ନନ୍ଦିଘୋଷ ବ୍ୟୁରୋ: ପଣ୍ଡାଲ୍‌ରେ ପ୍ରବଳ ଭିଡ଼, ହଠାତ୍ ବର୍ଷା, ଆଉ ତା’ପରେ ଦଳାଚକଟା । ପଶ୍ଚିମବଙ୍ଗର ଚୋରବାଗାନ ପୂଜା ପଣ୍ଡାଲ୍‌ରେ ଘଟିଥିବା ଏହି ଘଟଣା ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି। ଘଟଣାରେ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ, ବିଜେପି ବିଧାୟିକା ରତ୍ନା ଦେବନାଥଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଭିଡ଼ ପାଇଁ ଲୋକଙ୍କ ମାନସିକତାକୁ ଦାୟୀ କରିଛନ୍ତି ବିଧାୟିକା।

ରତ୍ନା ଦେବନାଥ କହିଛନ୍ତି, ବର୍ଷାରେ ଭିଜିଥିଲେ କିଛି ହୋଇନଥାନ୍ତା। ଲୋକମାନେ ପଣ୍ଡାଲ୍ ଭିତରକୁ ଏତେ ସଂଖ୍ୟାରେ ପଶିବା ଉଚିତ ନଥିଲା। ଏହା ସହ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏସ୍‌ଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଥିବାରୁ, ଏହାଠାରୁ ଅଧିକ ସେ କ’ଣ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି। ପଣ୍ଡାଲ୍‌ର ଏକ୍‌ଜିଟ୍ ଗେଟ୍‌ରେ ପୋଲିସ ମୁତୟନ ଥିଲା କି ନାହିଁ ବୋଲି ପଚରାଯିବାରୁ, ଘଟଣା ସମୟରେ ସେ ସେଠାରେ ନଥିବା କହିଛନ୍ତି।

ଅନ୍ୟପଟେ, ପଣ୍ଡାଲ୍‌ରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ଗୁରୁତର ପ୍ରଶ୍ନ। ହଠାତ୍ ବର୍ଷା ପରେ ଭିଡ଼ ବଢ଼ିବା, ସଂକୀର୍ଣ୍ଣ ପ୍ରବେଶ ଓ ପ୍ରସ୍ଥାନ ପଥ, ପର୍ଯ୍ୟାପ୍ତ ସୁରକ୍ଷାକର୍ମୀଙ୍କ ଅଭାବ ଏବଂ ଲୋକଙ୍କୁ ସଠିକ୍ ମାର୍ଗଦର୍ଶନ ନମିଳିବା ନେଇ ଅଭିଯୋଗ ହୋଇଛି।

ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ୬ ଜଣିଆ ଏସ୍‌ଆଇଟି। ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦଳାଚକଟାର କାରଣ ଖୋଜୁଛି ତଦନ୍ତକାରୀ ଟିମ୍। ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ମଧ୍ୟ ସୂଚନା ମିଳିଛି।

କିନ୍ତୁ ମୁଖ୍ୟ ପ୍ରଶ୍ନ ଉଠୁଛି:

  • ପଣ୍ଡାଲ୍‌ରେ ଭିଡ଼ ନିୟନ୍ତ୍ରଣରେ ଅବହେଳା ହୋଇଥିଲା କି?
  • ଦଳାଚକଟା ପାଇଁ ପ୍ରଶାସନ ନା ଆୟୋଜକ, କାହାର ଦାୟିତ୍ୱ ରହିଛି?

ତେବେ ଏବେ ସମସ୍ତଙ୍କ ନଜର ଏସ୍‌ଆଇଟି ତଦନ୍ତ ଉପରେ। ତଦନ୍ତ ରିପୋର୍ଟ ଆସିବା ପରେ ହିଁ ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)