ପରଲୋକରେ ବରିଷ୍ଠ ବିଜେଡ଼ି ନେତା ଶିବାଜୀ ମାଝୀ: ୫୫ ବର୍ଷ ବୟସରେ ପରଲୋକ, କଳାହାଣ୍ଡିରେ ଶୋକର ଛାୟା
ନନ୍ଦିଘୋଷ ବ୍ୟୁରୋ; ପରଲୋକରେ ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ବିଧାୟକ ଶିବାଜୀ ମାଝୀ। ତାଙ୍କର ଅକାଳ ବିୟୋଗ କଳାହାଣ୍ଡି ପାଇଁ ଏକ ଅପୂରଣୀୟ କ୍ଷତି । ସେ କିଛି ଦିନ ଧରି ଅସୁସ୍ଥ ଅନୁଭବ କରିବା ସହ ଚିକିତ୍ସିତ ହେଉଥିଲେ। ଆଜି ଭୋରରୁ ୫୫ ବର୍ଷ ବୟସରେ ବିଜେପୁର ପଞ୍ଚାୟତ ଦାନାରୀଗୁଡା ଗାଁରେ ତାଙ୍କର ପରଲୋକ ଘଟିଛି। ପଞ୍ଚାୟତ ନିର୍ବାଚନ ରୁ ନିଜର ରାଜନୀତି ଜୀବନ ଆରମ୍ଭ କରି ୨୦୦୯ରେ କଂଗ୍ରେସ ଟିକେଟ ରେ ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ବିଜେଡ଼ି ରେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ମଧ୍ୟ ସେ ଜିଲ୍ଲାର ଆଦିବାସୀ ଅଞ୍ଚଳଗୁଡ଼ିକର ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ନିଜ ଅଞ୍ଚଳର ବିକାଶ ପାଇଁ ସଦା ଅଣ୍ଟା ଭିଡ଼ି ଆଗକୁ ଆସିଥିବା ଜନନେତା ଥିଲେ ଶିବାଜୀ ମାଝୀ। ପଦପଦବୀରେ ରହି ମଧ୍ୟ ତାଙ୍କର ସରଳ ଜୀବନଯାପନ ଓ ଲୋକଙ୍କ ପ୍ରତି ଆତ୍ମୀୟତା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତାଙ୍କ ବିୟୋଗ ରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ , ଦିବ୍ୟ ଶଙ୍କର ମିଶ୍ର, ପିସିସି ସଭାପତି ଭକ୍ତ ଚରଣ ଦାସ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
