ନେପାଳର ଏଭରେଷ୍ଟ ଅଞ୍ଚଳରେ ଦୁଇ ହେଲିକପ୍ଟର ଧକ୍କା, ଜଣେ ଭାରତୀୟ ମୃତ, ୨ ଆହତ

Nov 03, 2026 - 11:45
ନେପାଳର ଏଭରେଷ୍ଟ ଅଞ୍ଚଳରେ ଦୁଇ ହେଲିକପ୍ଟର ଧକ୍କା, ଜଣେ ଭାରତୀୟ ମୃତ, ୨ ଆହତ

ନନ୍ଦିଘୋଷ ବ୍ୟୁରୋ  : ନେପାଳର ମାଉଣ୍ଟ ଏଭରେଷ୍ଟ ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଫେରିଚେ ହେଲିପ୍ୟାଡ୍‌ରେ ଅବତରଣ କରିବା ସମୟରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଭାରତୀୟ ଏବଂ ଜଣେ ନ୍ୟୁଜିଲ୍ୟାଣ୍ଡ ନାଗରିକ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଦୁଇଟି ଫିସଟେଲ୍ ଏୟାର ଏବଂ ଏୟାର ଡାଇନେଷ୍ଟି କମ୍ପାନୀର। ମୃତକ ହେଉଛନ୍ତି ଭାରତୀୟ ନାଗରିକ ବସନ୍ତ କୁମାର ବଳରାମରାମ୍ଡୁ। ଅନ୍ୟପକ୍ଷରେ ଆହତଙ୍କ ମଧ୍ୟରେ ଭାରତୀୟ ନାଗରିକ ଶୈଲେଶ କୃଷ୍ଣ ପଟେଲ ରହିଛନ୍ତି।

ଅବତରଣ ସମୟରେ ଘଟିଲା ଦୁର୍ଘଟଣା

ସୋଲୁଖୁମ୍ବୁ ପୋଲିସ ମୁଖ୍ୟ ମୌସମ୍ ତମାଙ୍ଗଙ୍କ ସୂଚନା ଅନୁଯାୟୀ, ଫିସଟେଲ୍ ଏୟାର ହେଲିକପ୍ଟରରେ ଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଆହତ ଦୁଇଜଣଙ୍କୁ ଉଦ୍ଧାର କରାଯାଇ ହେଲିକପ୍ଟର ଯୋଗେ କାଠମାଣ୍ଡୁର ମେଡିସିଟି ହସ୍ପିଟାଲକୁ ନିଆଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ଦୁର୍ଘଟଣାର ଭିଡିଓ ଭାଇରାଲ୍

ଏହି ଦୁର୍ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିଛି। ଭିଡିଓରେ ଦୁଇଟି ହେଲିକପ୍ଟର ପରସ୍ପର ନିକଟକୁ ଆସି ଧକ୍କା ହେଉଥିବାର ଦୃଶ୍ୟ ଥିବା ଦାବି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ଉଭୟ ହେଲିକପ୍ଟର କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି।

ଉଦ୍ଧାର କାର୍ଯ୍ୟ ଜାରି

ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ପାଇଁ ସିମ୍ରିକ୍ ଏୟାରର ଏକ ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲା। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଫିସଟେଲ୍ ଏୟାର ହେଲିକପ୍ଟରକୁ କ୍ୟାପ୍ଟେନ୍ ପ୍ରଜ୍ଜ୍ୱଳ କେସି ଏବଂ ଏୟାର ଡାଇନେଷ୍ଟି ହେଲିକପ୍ଟରକୁ କ୍ୟାପ୍ଟେନ୍ ରବୀନ୍ଦ୍ର ପ୍ରଜାପତି ଚଳାଉଥିଲେ। ଘଟଣାର କାରଣ ସମ୍ପର୍କରେ ତଦନ୍ତ ଓ ଅଧିକ ତଥ୍ୟ ସଂଗ୍ରହ ଜାରି ରହିଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)