Bear: ୫ ଦିନର ଆତଙ୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, କନ୍ଧବାହାଲ ଗାଁରୁ ପିଞ୍ଜରାରେ ଧରାପଡ଼ିଲା ଭାଲୁ

Nov 03, 2026 - 11:58
Bear: ୫ ଦିନର ଆତଙ୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, କନ୍ଧବାହାଲ ଗାଁରୁ ପିଞ୍ଜରାରେ ଧରାପଡ଼ିଲା ଭାଲୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କନ୍ଧବାହାଲ ଗାଁରେ ଗତ ୫ ଦିନ ଧରି ଭାଲୁ ଆତଙ୍କ ଲାଗି ରହିଥିଲା।

ଗାଁ ଆଖପାଖରେ ଏକ ଭାଲୁ ବୁଲୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।

ଭାଲୁଟି ବାରମ୍ବାର ଜନବସତି ନିକଟକୁ ଆସୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଥିଲେ।

ବିଶେଷକରି ସକାଳ ଓ ସନ୍ଧ୍ୟା ସମୟରେ ଲୋକଙ୍କ ଯାତାୟତକୁ ନେଇ ଚିନ୍ତା ବଢ଼ିଥିଲା।

ଛୋଟ ପିଲା ଓ ମହିଳାଙ୍କ ସୁରକ୍ଷାକୁ ନେଇ ଗ୍ରାମବାସୀ ଆଶଙ୍କା ପ୍ରକାଶ କରିବା ସହ ଭାଲୁକୁ ଧରିବା ପାଇଁ ବନ ବିଭାଗର ହସ୍ତକ୍ଷେପ ଲୋଡ଼ିଥିଲେ।

ଶେଷରେ ଗ୍ରାମବାସୀଙ୍କ ଆଶ୍ୱସ୍ତି ଆଣିଛି ବନ ବିଭାଗର ସଫଳ ଉଦ୍ୟମ।

Advertisment ଗ୍ରାମବାସୀ ଆଶ୍ୱସ୍ତ କଣ୍ଟାବାଞ୍ଜି ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଭାଲୁଟିକୁ ସୁରକ୍ଷିତ ଭାବେ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲେ।

ଶେଷରେ ଗତକାଲି ରାତିରେ ପିଞ୍ଜରା ବସାଇ ଭାଲୁଟିକୁ ଟ୍ରାପ୍ କରି କାବୁ କରିବାରେ ସଫଳ ହୋଇଛନ୍ତି।

ଭାଲୁ କାବୁ ହେବା ପରେ କନ୍ଧବାହାଲ ଗ୍ରାମବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

ବନ ବିଭାଗର ଏହି ପଦକ୍ଷେପକୁ ନେଇ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି।

Suspended: ଆବାସ ଯୋଜନାରେ ଜାଲିଆତି ଅଭିଯୋଗ: ଖଟଖଟିଆ ପଞ୍ଚାୟତ ଏଡିଇଓ ନିଲମ୍ବିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)