ଜର୍ମାନୀରେ ଜେନ୍ ଜି ଆନ୍ଦୋଳନ, ୩୪ ସହରରେ ବିକ୍ଷୋଭ

Nov 01, 2026 - 16:24
ଜର୍ମାନୀରେ ଜେନ୍ ଜି ଆନ୍ଦୋଳନ, ୩୪ ସହରରେ ବିକ୍ଷୋଭ

ନନ୍ଦିଘୋଷ ବିୁରୋ: ଫ୍ରାନ୍ସ , ଇଟାଲୀ ପରେ ଜର୍ମାନୀରେ ଜେନ ଜି ତାତି  । ୩୪ରୁ ଅଧିକ ସହରରେ ଜୋରଦାର ବିକ୍ଷୋଭ। ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ। ସାରା ଦେଶରେ ଏହାକୁ ନେଇ ଅସ୍ଥିରତା। ଫ୍ରାନ୍ସରେ ଯେଉଁ ସବୁ କାରଣ ଜେନ ଜି ଆନ୍ଦୋଳନ ଲାଗି ଦାୟୀ ଥିଲା ଠିକ୍ ସେହିପରି ଜର୍ମାନୀରେ ବି ସମାନ ଧରଣର ଦାବି ଲାଗି ଆନ୍ଦୋଳନ ହୋଇଛି। ନିତ୍ୟ ବ୍ୟବହାର ଜିନିଷର ଦରବୃଦ୍ଧି, ଶିକ୍ଷା ବାବଦରେ ପର୍ଯ୍ୟାପ୍ତ ବ୍ୟୟ ବରାଦ ହ୍ରାସ ଆଦି କାରଣକୁ ନେଇ ହୋଇଛି ଜେନ ଜି ଆନ୍ଦୋଳନ।

ରାଜଧାନୀ ବର୍ଲିନ, ଆର୍ଥିକ ରାଜଧାନୀ ଫ୍ରାଙ୍କଫର୍ଟ, ମ୍ୟୁନିକ ସମତେ ୩୪ଟି ସହରରେ ହୋଇଛି ନାରାବାଜି। ଦିନକୁ ଦିନ ସାରା ୟୁରୋପରେ ଜେନ ଜି ଆନ୍ଦୋଳନ ବ୍ୟାପୁ ଥିବାବେଳେ ସରକାରଙ୍କ ବିରୋଧରେ ମେଗା ମେଳି ଦେଖାଯାଉଛି। ଫ୍ରାଙ୍କଫର୍ଟ, ବର୍ଲିନ, କୋଲନ, ହାମବର୍ଗ ସହରରେ ହିଂସାତ୍ମକ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଛି। ବହୁ ସ୍ଥାନରେ ଆନ୍ଦୋଳନକାରୀ ଲୁଟପାଟ କରୁଥିବା ଦେଖାଯାଇଛି। ପୋଲିସ ଆନ୍ଦୋଳନକାରୀଙ୍କ ଉପରକୁ ପାଣି ମାଡ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ପୋଲିସ ଉପରକୁ ଆନ୍ଦୋଳନକାରୀମାନେ ଟେକାପଥର ମାଡ କରିବା ସହ ପେଟ୍ରୋଲ ବୋମା ଫିଙ୍ଗିଥିବା ଜଣାଯାଇଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ହଜାର ହଜାର ଦୋକାନ ବନ୍ଦ କରି ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)