Nepal: ନେପାଳରେ ବଡ଼ ଦୁର୍ଘଟଣା: ଅବତରଣ ସମୟରେ ୨ ହେଲିକପ୍ଟର ଧକ୍କା, ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ, ପାଇଲଟ୍ ଆହତ

Nov 03, 2026 - 11:43
Nepal: ନେପାଳରେ ବଡ଼ ଦୁର୍ଘଟଣା: ଅବତରଣ ସମୟରେ ୨ ହେଲିକପ୍ଟର ଧକ୍କା, ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ, ପାଇଲଟ୍ ଆହତ

କାଠମାଣ୍ଡୁ: ନେପାଳରୁ ଏବେ ଏକ ବଡ଼ ଖବର ଆସିଛି।

ଦୁଇଟି ହେଲିକପ୍ଟର ଧକ୍କା ହେବା ଫଳରେ ଏକ ଦୁର୍ଘଟଣା ଘଟିଛି।

ରିପୋର୍ଟ ଅନୁସାରେ, ଅବତରଣ ସମୟରେ ଦୁଇଟି ହେଲିକପ୍ଟର ଧକ୍କା ହୋଇଥିଲା।

କୁହାଯାଉଛି, ନେପାଳର ସୋଲୁଖୁମ୍ବୁରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିବା ଦେଖାଯାଉଛି।

ଭିଡିଓରେ ଘଟଣାସ୍ଥଳ ନିକଟରେ ଅନେକ ଲୋକଙ୍କୁ ଠିଆ ହୋଇଥିବାର ଦେଖାଯାଉଛି।

Advertisment ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି।

ଏହା ଜଣେ ପାଇଲଟ୍ ଆହତ ହୋଇଛନ୍ତି।

ନେପାଳ ପୁଲିସର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୮:୧୧ ସମୟରେ ମାଉଣ୍ଟ ଏଭରେଷ୍ଟ ଅଞ୍ଚଳର ଫେରିଚେରେ'ଫିସଟେଲ୍ ଏୟାର' ଏବଂ 'ଡାଇନେଷ୍ଟି ଏୟାର'ର ହେଲିକପ୍ଟର ଅବତରଣ କରିବା ସମୟରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା।

ପୁଲିସର ସୂଚନା ଅନୁଯାୟୀ, ଆହତ ପାଇଲଟ୍‌ଙ୍କୁ 'ପ୍ରଭୁ ହେଲିକପ୍ଟର' ଯୋଗେ ଚିକିତ୍ସା ପାଇଁ ଲୁକଲା ନିଆଯାଇଥିଲା।

ହେଲିକପ୍ଟର ଅବତରଣ କରିବା ସମୟରେ ଧକ୍କା ଅଧିକାରୀମାନେ କହିଛନ୍ତି ଯେ ଫେରିଚେ ହେଲିପ୍ୟାଡରେ ଅବତରଣ କରିବା ସମୟରେ ଫିସଟେଲ୍ ଏୟାର ଏବଂ ଏୟାର ଡାଇନେଷ୍ଟିର ହେଲିକପ୍ଟରଗୁଡ଼ିକ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲେ।

ଫିସଟେଲ୍ ଏୟାର ବିମାନରେଥିବା ଜଣେ ବିଦେଶୀ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ପାଇଲଟ୍ ଆହତ ହୋଇଥିଲେ।

ଥରେ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି ଉତ୍ତର କୋରିଆ ଫିସଟେଲ୍ ଏୟାର ହେଲିକପ୍ଟରଟି ପାଇଲଟ୍ ପ୍ରଜ୍ଜ୍ୱଳ କେସି ଉଡ଼ାଉଥିଲେ, ଯେତେବେଳେ ଏୟାର ଡାଇନେଷ୍ଟି ହେଲିକପ୍ଟରରେ ପାଇଲଟ୍ ରବୀନ୍ଦ୍ର ପ୍ରଜାପତି ଥିଲେ।

ପାଇଲଟ୍ ପ୍ରଜାପତି ଆହତ ହୋଇଛନ୍ତି।

ଅଧିକାରୀମାନେ କହିଛନ୍ତି, ସିମ୍ରିକ୍ ଏୟାରର ଏକ ହେଲିକପ୍ଟର ଘଟଣାସ୍ଥଳକୁ ପହଞ୍ଚିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)