29 OCTOBER 2026

Welcome!

Unlock your personalized experience.
Sign Up

ଦିଲ୍ଲୀ ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ: ପ୍ରଶ୍ନ ଉଠାଇଲେ ସୁପ୍ରିମ୍‌କୋର୍ଟ

Oct 29, 2026 - 04:56
ଦିଲ୍ଲୀ ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ: ପ୍ରଶ୍ନ ଉଠାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଚିଠା ଭୋଟର ତାଲିକାରୁ ବହୁ ସଂଖ୍ୟାରେ ଭୋଟରଙ୍କ ନାମ ବାଦ୍ ଦିଆଯିବା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ବୁଧବାର ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ସମୟରେ ଭୋଟରମାନଙ୍କୁ ବାଦ୍ ଦେବା ବେଳେ କମିସନ ନିଜର ବିଚାରବୁଦ୍ଧି ପ୍ରୟୋଗ କରିଥିଲେ କି ନାହିଁ, ସେ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। ଏହାସହ ୨୦୨୬ ମସିହାର ଭୋଟର ତାଲିକାରେ ନାମ ଥିବା ଏବଂ ବାସସ୍ଥାନ ବଦଳାଇଥିବା ଭୋଟରମାନଙ୍କୁ ନୂଆ ଭୋଟର ଭାବେ ଫର୍ମ ୬ ପୂରଣ କରିବାକୁ କାହିଁକି କୁହାଯାଉଛି ବୋଲି କୋର୍ଟ ପଚାରିଛନ୍ତି।

Neglect: ତୃଷାର୍ତ୍ତ ଜୁଆଙ୍ଗଙ୍କୁ ପସନ୍ଦ ଝରଣା ପାଣି

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ 
ଭୋଟରମାନେ ଗଣନା ଫର୍ମ ଦାଖଲ କରିନାହାନ୍ତି କିମ୍ବା ବାସସ୍ଥାନ ସ୍ଥାନାନ୍ତର କରିଛନ୍ତି, ସେମାନଙ୍କୁ ଫର୍ମ ୮ ଦାଖଲ କରି ଠିକଣା ପରିବର୍ତ୍ତନ ସହ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ସୁଯୋଗ ଦିଆଯାଉ। କମିସନଙ୍କ ପକ୍ଷରୁ କୋର୍ଟଙ୍କୁ ଆଶ୍ୱାସନା ଦିଆଯାଇଛି ଯେ ଦାବି ଓ ଆପତ୍ତି ଦାଖଲ ପାଇଁ ଧାର୍ଯ୍ୟ ହୋଇଥିବା ଅକ୍ଟୋବର ୩୦ ତାରିଖର ସମୟସୀମାକୁ ବୃଦ୍ଧି କରାଯିବ। ବୁଥସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନେ ଯାଞ୍ଚ ପାଇଁ ଯାଇଥିବା ବେଳେ ଘରେ ନଥିବା କାରଣରୁ କୌଣସି ବ୍ୟକ୍ତିଙ୍କୁ ସ୍ଥାୟୀ ଭାବେ ଭୋଟ ଦେବାର ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଏସ୍‌ଆଇଆର୍‌ ପ୍ରକ୍ରିୟାରେ ବିଚାର ବୁଦ୍ଧି ପ୍ରୟୋଗ କରିିଥିଲ କି ନାହିଁ

ନିଦ ହେଉ ନାହିଁ? ଖାଇବାରେ ଯୋଡ଼ନ୍ତୁ ଏହି ଖାଦ୍ୟ...

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କୋର୍ଟଙ୍କୁ ଜଣାଇଥିଲେ, ଗଣନା ଫର୍ମ ଦାଖଲ କରିନଥିବା ହେତୁ ମୋଟ ୪୭,୫୬,୭୩୨ ଜଣ ଭୋଟରଙ୍କୁ ଚିଠା ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। କମିସନଙ୍କ ତଥ୍ୟ ଅନୁଯାୟୀ, ଏମାନଙ୍କ ମଧ୍ୟରୁ ପ୍ରାୟ ୨.୧୨ ଲକ୍ଷ ଭୋଟର ମୃତ ବୋଲି ଦର୍ଶାଯାଇଥିବା ବେଳେ ପାଖାପାଖି ୪୩ ଲକ୍ଷ ଭୋଟର ସ୍ଥାନାନ୍ତରିତ ଶ୍ରେଣୀରେ ଅଛନ୍ତି। ଏହା ସହିତ କମିସନଙ୍କ ସଦ୍ୟତମ ପ୍ରେସ ବିବୃତି ଅନୁଯାୟୀ ପ୍ରାୟ ୧୩ ଲକ୍ଷ ଭୋଟର ଅନ୍‌ମ୍ୟାପ୍‌ଡ ଏବଂ ପ୍ରାୟ ୧୯ ଲକ୍ଷ ଭୋଟରଙ୍କୁ ‘ତାର୍କିକ ଅସଙ୍ଗତି’  ଶ୍ରେଣୀରେ ଚିହ୍ନଟ କରାଯାଇଛି। ୨୦୦୩ ଭୋଟର ତାଲିକାକୁ ଆଧାର କରି ମ୍ୟାପିଂ କରାଯାଉଥିବା ବେଳେ ସେମାନଙ୍କ ନାମରେ କିଭଳି ଅସଙ୍ଗତି ଦେଖାଗଲା, ତାହା ଆଇନଗତ ଭାବେ ତର୍ଜମା କରାଯିବ ବୋଲି କୋର୍ଟ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)