Low-pressure area: ଆଣ୍ଡାମାନରେ ଆଜି ଲଘୁଚାପ
ଭୁବନେଶ୍ବର: ଆଣ୍ଡାମାନ ସାଗରରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଶକ୍ତିଶାଳୀ ହୋଇଛି। ବାୟୁମଣ୍ଡଳର ୫.୮ କିମି ଉଚ୍ଚତାରେ ଥିବା ଘୂର୍ଣ୍ଣିବଳୟ ଗୁରୁବାର ଅଧିକ ଘନୀଭୂତ ହୋଇ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବାର ଆଶଙ୍କା ରହିଛି।
Sankalpa Bharat: ଦେଶପ୍ରେମ, ଯୁବଶକ୍ତି, ମହିଳା ସଶକ୍ତୀକରଣ ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ
ପ୍ରଭାବ କିଭଳି ରହିବ, କେଉଁ ରୂପରେ ଉପକୂଳକୁ ଆସିବ, କେତେ ପ୍ରଭାବଶାଳୀ ରହିବ ସେ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) କୌଣସି ଆକଳନ କରି ନାହିଁ। ତେବେ ଏହି ସିଷ୍ଟମଟି ଅତିବେଶିରେ ଅବପାତ ରୂପ ନେବ ବୋଲି ବିଦେଶୀ ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି। ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
