ଡବଲ୍ ଇଞ୍ଜିନ ସରକାରଙ୍କୁ ଝଟକା !

Nov 24, 2026 - 21:52
ଡବଲ୍ ଇଞ୍ଜିନ ସରକାରଙ୍କୁ ଝଟକା !

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନରେ ୧୫.୩୬% ହ୍ରାସ। ଗତବର୍ଷ ମିଳିଥିଲା ୭୬୧୩ କୋଟି, ଏଥର ମିଳିଛି ୬୪୪୪ କୋଟି। କେନ୍ଦ୍ରୀୟ ଅନୁଦାନରେ କେତେ ଟଙ୍କା କମିଛି, ଓଡ଼ିଶା ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଡବଲ ଇଂଜିନ ସରକାର ଆସିବା ପରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ହୋଇଛି। କେନ୍ଦ୍ର ସରକାର ହୁଏତ ଜାଣି ଗଲେଣି ଯେ ଓଡ଼ିଶା ବିଜେପି ସରକାର ବଜେଟ ଖର୍ଚ୍ଚ କରି ପାରୁନାହାନ୍ତି। ଅଧିକ ଟଙ୍କା ଦେଲେ ବାଟମାରଣା ହେବା ନେଇ କେନ୍ଦ୍ର ସରକାର ଆଶଙ୍କା କରୁଥିବା ନେଇ ବିରୋଧୀ ଅଭିଯୋଗ କରିଛନ୍ତି। ନ ହେଲେ, କେରଳ ଓ ବିହାର ପରି ଛୋଟ ରାଜ୍ୟକୁ ଏତେ ଫୋକସ କାହିଁକି ବୋଲି ଉଭୟ ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। କେନ୍ଦ୍ରୀୟ ଅନୁଦାନ ବାବଦରେ ମୋଟ ୪୦୦୩୯.୫୪ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ, ଅକ୍ଟୋବର ଶେଷ ସୁଦ୍ଧା ୬୪୪୪.୧୬ କୋଟି ଟଙ୍କା ପ୍ରାପ୍ତ ହୋଇଛି । ଅର୍ଥ କମିଶନଙ୍କ ଅନୁଦାନ ପ୍ରାପ୍ତିରେ ହ୍ରାସ ବୋଲି ସରକାର ଯୁକ୍ତି ବଢିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା ଏହି ବାବଦରେ ୨୫୬୮.୬୧ କୋଟି ଟଙ୍କା ପ୍ରାପ୍ତ ହୋଇଥିବା ବେଳେ, ୨୦୨୬-୨୭ ଆର୍ଥିକ ବର୍ଷର ସମାନ ଅବଧୂରେ ୧୩୪୯.୨୯ କୋଟି ଟଙ୍କା ପ୍ରାପ୍ତ ହୋଇଛି । ଗତ ଆର୍ଥିକ ବର୍ଷର ସମାନ ଅବଧୂରେ ୭୬୧୩.୩୫ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ହୋଇଥିବା ବେଳେ, ଚଳିତ ଆର୍ଥିକ ବର୍ଷରେ ଏହା ୬୪୪୪.୧୬ କୋଟି ଟଙ୍କା ହୋଇଛି । ଫଳରେ ଗତ ବର୍ଷ ତୁଳନାରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତିରେ ୧୫.୩୬ ପ୍ରତିଶତ ହ୍ରାସ ଘଟିଛି।

ସେପଟେ କାହିଁକି କମିଛି କେନ୍ଦ୍ରୀୟ ଅନୁଦାନ ତାହାର କାରଣ କହିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୬-୨୭ ଆର୍ଥିକ ବର୍ଷ ହେଉଛି ୧୬ତମ ଅର୍ଥ ଆୟୋଗର କାର୍ଯ୍ୟକାଳର ପ୍ରଥମ ବର୍ଷ। ପଞ୍ଚାୟତ ଓ ପୌରାଞ୍ଚଳକୁ ଅନୁଦାନ ମିଳିନାହିଁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲାଗି ଉଦ୍ଦିଷ୍ଟ ଅନୁଦାନ ଏପର୍ଯ୍ୟନ୍ତ ମିଳିନାହିଁ। ଷୋଡ଼ଶ ଅର୍ଥ ଆୟୋଗର ନୂଆ ମାର୍ଗଦର୍ଶିକା ଓ ସର୍ତ୍ତାବଳୀ ପାଳନ ପ୍ରକ୍ରିୟା ଯୋଗୁଁ ଅନୁଦାନ ପ୍ରଦାନରେ ବିଳମ୍ବ ହୋଇଛି। ହେଲେ ଅର୍ଥନୈତିକ ବିଶାରଦ ଏହା ମାନିବାକୁ ନାରାଜ। ସେମାନେ ଏହି ଦିଗରେ ଡବଲ ଇଂଜିନ ସରକାରଙ୍କୁ ଘେରିଛନ୍ତି। ରାଜ୍ୟ ରାଜକୋଷରେ ଏହାର ପ୍ରଭାବ ପଡ଼ିବ। କୋଟିଆ ଆନ୍ଧ୍ର ପ୍ରଦେଶ ଯିବା ସ୍ଥିତିରେ ଅଛି। ରେଳ ଡିଭିଜନ ଆନ୍ଧ୍ର ପ୍ରଦେଶ ପଳେଇଲା। ଡବଲ ଇଂଜିନ ସରକାର ଆସିବା ପରେ ଓଡ଼ିଶାରୁ MMDR ଅଧିକାର ବି ଗଲା ବୋଲି କହିଛନ୍ତି ବିଶେଷଜ୍ଞ

ଗତ ଅତିରିକ୍ତ ବଜେଟରେ ତ ଓଡ଼ିଶା ବିଜେପି ସରକାରଙ୍କ ବଜେଟ ଖର୍ଚ୍ଚର ଅସଲ ଚିତ୍ରକୁ ପଦାରେ ପକାଇଛି। ଅତିରିକ୍ତ ୨୪, ୧୫୦ କୋଟିର ବଜେଟ୍ ଆସିବା ପରେ ସବୁ ସ୍ପଷ୍ଟ ହୋଇଯାଇଛି। ବଜେଟ ଖର୍ଚ୍ଚ କରିବାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଫେଲ୍ ଥିବା ଆକାଳନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଜଳସମ୍ପଦ ବିଭାଗର ବଜେଟ୍ ବ୍ୟୟରେ ଶୋଚନୀୟ ସ୍ଥିତି ବି ପରିଲକ୍ଷିତ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)