ଜ୍ଞାନେଶ କୁମାରଙ୍କ ବିରୋଧରେ ଶନିବାର ଆସିବ ପ୍ରତୀକାତ୍ମକ ମହାଭିଯୋଗ ପ୍ରସ୍ତାବ
ନନ୍ଦିଘୋଷ ବ୍ୟୁରୋ: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଆସନ୍ତାକାଲି ଆସିବ ପ୍ରତୀକାତ୍ମକ ମହାଭିଯୋଗ ପ୍ରସ୍ତାବ। ଆଜି ତାଙ୍କ ବିରୋଧରେ ଯେଉଁ ପ୍ରତୀକାତ୍ମକ ମହାଭିଯୋଗ ଆସିଥିବାର ଥିଲା, ତାକୁ ବର୍ଷା ଯୋଗୁଁ ଘୁଞ୍ଚେଇ ଦେଇଛି ଇଣ୍ଡି ମେଣ୍ଟ। ଆସନ୍ତାକାଲି ଅପରାହ୍ନ ୪ଟାରେ ମଲ୍ଲିକାର୍ଜୁନ ଖଡଗେ ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବେ, ଶେଷରେ ମତ ରଖିବେ ରାହୁଲ ଗାନ୍ଧି।
ଆଜି ଅପରାହ୍ନରେ ନୂଆଦିଲ୍ଲୀ ରାଜାଜୀ ମାର୍ଗରେ ଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସରକାରୀ ବାସଭବନ ପରିସରରେ ଏହି କାର୍ଯ୍ୟକ୍ରମ ହେବାର ଥିଲା। କିନ୍ତୁ ଶୁକ୍ରବାର ସକାଳୁ ଲଗାଣ ବର୍ଷା ଜାରି ରହିବାରୁ ଏହାକୁ ଶନିବାରକୁ ଘୁଞ୍ଚାଇ ଦିଆଯାଇଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ସମସ୍ତେ ମିଳିତ ଭାବେ ‘ଜନ ମହାଭିଯୋଗ’ କାର୍ଯ୍ୟକ୍ରମକୁ ଶନିବାର ଅପରାହ୍ନ ୪ଟାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ। ମଲ୍ଲିକାର୍ଜୁନ ଖଡଗେ ଗ୍ୟାନେଶ କୁମାରଙ୍କ ବିରୋଧରେ ପ୍ରସ୍ତାବ ଆଗତ କରିବେ ଓ ରାହୁଲ ଗାନ୍ଧୀ ଶେଷରେ ନିଜର ମତ ରଖିବେ। ଏହାବ୍ୟତୀତ INDIA ବ୍ଲକ୍ର ପ୍ରତ୍ୟେକ ସହଯୋଗୀ ଦଳରୁ ଜଣେ ଲେଖାଏଁ ପ୍ରତିନିଧି ମଧ୍ୟ ସମ୍ବୋଧନ କରିବାର ସମ୍ଭାବନା ରହିଛି। ଏଥିପାଇଁ ଗତକାଲି ପ୍ରସ୍ତୁତ ହୋଇଥିଲା ରଣନୀତି।
INDIA ବ୍ଲକର ସବୁ ନେତାଙ୍କ ବୈଠକ ହୋଇଥିଲା। ଭୋଟ୍ ଚୋରି’ ପ୍ରସଙ୍ଗରେ ପ୍ରତିବାଦର ଏକ ପ୍ରତୀକାତ୍ମକ ରୂପ ଭାବେ ବିରୋଧୀ ଦଳଗୁଡ଼ିକ ଏହି ‘ଜନ ମହାଭିଯୋଗ’ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ଜରିଆରେ ଭୋଟର ତାଲିକା ସଂଶୋଧନରେ ଅନିୟମିତତା ହୋଇଥିବା ଅଭିଯୋଗ କରି INDIA ବ୍ଲକ୍ର ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଗ୍ୟାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି। ଏହି ପ୍ରସଙ୍ଗରେ ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବିଶାଳ ପ୍ରତିବାଦ ସଭା କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
