ଛତିଶଗଡ଼ରେ ବଜ୍ରପାତ ନେଲା ୩ ଜୀବନ

Jun 13, 2026 - 05:48
ଛତିଶଗଡ଼ରେ ବଜ୍ରପାତ ନେଲା ୩ ଜୀବନ

କାଙ୍କେର୍‌: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଶୁକ୍ରବାର ସକାଳେ ବଜ୍ରପାତ ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ଉପ ସରପଞ୍ଚ ଓ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ‌ହୋଇଥିବାବେଳେ ପାଞ୍ଚ ଜଣ ମହିଳା ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଏହି ଘଟଣା ଅନ୍ତଗଡ଼ ବିକାଶ ବ୍ଲକ ଅନ୍ତର୍ଗତ କାଲଗାଓଁ ଗାଁରେ ଘଟିଛି। ଗ୍ରାମବାସୀମାନେ ସରକାରୀ ଯୋଜନାରେ ପୋଖରୀ ଖୋଳୁ ଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ବଜ୍ରପାତ ହେବା ସମୟରେ ପୋଖରୀ ଖୋଳା ଯିବା କାର୍ଯ୍ୟରେ ୭୦ ଜଣ ଗ୍ରାମବାସୀ ନିୟୋଜିତ ଥିଲେ। ମୃତକ ଉପ ସରପଞ୍ଚ ମନରାଜ ପଟେଲ, ସନ୍ତୋଷ ପଟେଲ ଓ ପ୍ରକାଶ ପଟେଲ ବୋଲି ଜଣାପଡ଼ିଛି। ଆହତ ପାଞ୍ଚ ଜଣ ମହିଳାଙ୍କୁ ଅନ୍ତଗଡ଼ର ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।