ସାଇନସ
ବର୍ଷା ଋତୁ ଗ୍ରୀଷ୍ମରୁ ତ୍ରାହି ଦେଇଥାଏ ସତ, କିନ୍ତୁ ଅଧିକ ଆର୍ଦ୍ରତା, ଫଙ୍ଗସ୍, ଡଷ୍ଟ, ଭୂତାଣୁ ସଂକ୍ରମଣ ଓ ତାପମାତ୍ରାର ଆକସ୍ମିକ ପରିବର୍ତ୍ତନ ଯୋଗୁଁ ନାକ ଏବଂ ଚେହେରାର ହାଡ଼ ଭିତରେ ଥିବା ବାୟୁକୋଠରୀଗୁଡ଼ିକରେ ପ୍ରଦାହ ( ଫୁଲିବା) ସୃଷ୍ଟି ହୋଇ ସାଇନସାଇଟିସ୍ ବା ସାଇନସ୍ ସଂକ୍ରମଣର ଆଶଙ୍କା ବହୁଗୁଣିତ କରିଦେଇଥାଏ । ଯାହାକୁ ସାଧାରଣ ଥଣ୍ଡା - କଫ ଭାବି ନଜର ଅନ୍ଦାଜ କଲେ ଏହା ଗମ୍ଭୀର ରୂପ ନେଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ମାଥା, ଗାଲ ଓ ନାକ ପଛରେ ଥିବା ୪ଟି ପ୍ରମୁଖ ସାଇନସ୍ କୋଠରୀରେ ଆର୍ଦ୍ରତା ଓ ଆଲର୍ଜି ଯୋଗୁଁ ସ୍ଲେଷ୍ମା ଜମିବା ଏବଂ ବାଟ ବନ୍ଦ ହେବା ଦ୍ୱାରା ମୁଣ୍ଡବିନ୍ଧା, ଚେହେରାରେ ଯନ୍ତ୍ରଣା, ନାକ ବନ୍ଦ ହେବା ଓ ଜ୍ୱର ଭଳି ଲକ୍ଷଣ ଦେଖାଦିଏ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ବର୍ଷା ଜଳରେ ନଭିଜିବା, ଫ୍ରିଜ୍ ପାଣି ନପିଇ ଗରମ ପାଣି ପିଇବା ଓ ବାଷ୍ପ ନେବା, ନାକକୁ ପରିଷ୍କାର ରଖିବା ଏବଂ ସାଧାରଣ ଥଣ୍ଡା ୭-୧୦ ଦିନରୁ ଅଧିକ ସମୟ ରହିଲେ ବା ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଆସିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ଦୀର୍ଘଦିନର କ୍ରୋନିକ୍ ସାଇନସାଇଟିସ୍ କ୍ଷେତ୍ରରେ ଔଷଧ ସହ ଏଣ୍ଡୋସ୍କୋପି, ସିଟି ସ୍କାନ୍ କିମ୍ବା ଆବଶ୍ୟକ ସ୍ଥଳେ ସର୍ଜରୀର ମଧ୍ୟ ଆବଶ୍ୟକତା ପଡ଼ିଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।