ଚୁଲିକୁ ଗଲାଣି ରାଜ୍ୟର ଆଇନଶୃଙ୍ଖଳା! ସୀମା ପାର ନାରୀ ନିର୍ଯାତନା

Oct 24, 2026 - 18:22
ଚୁଲିକୁ ଗଲାଣି ରାଜ୍ୟର ଆଇନଶୃଙ୍ଖଳା! ସୀମା ପାର ନାରୀ ନିର୍ଯାତନା

ନନ୍ଦିଘୋଷ ବ୍ୟୁରୋ: ପାତାଳକୁ ଗତି କରିଛି ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା । ସୀମା ପାର କରିଛି ନାରୀ ନିର୍ଯାତନା । ଏଠି ମହିଳାଙ୍କୁ ପାଦେ ପାଦେ ବିପଦ । ଏବେ ପୁଣି ଓଡ଼ିଶା ଶାସନ ବ୍ୟବସ୍ଥାକୁ କାଠଗଡ଼ାରେ ଛିଡା କରିଛି ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ୧୪ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ହତ୍ୟା କରାଯାଇଛି। ଗତକାଲି ବିଜୁ ଜନତା ଦଳର ବାଲେଶ୍ୱର ଶାଖା ପକ୍ଷରୁ ମୃତକଙ୍କ ପରିବାରକୁ ଭେଟି ନ୍ୟାୟ ଦାବି କରାଯାଇଛି । ପରେ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ୩୧ ବର୍ଷୀୟ ଚନ୍ଦ୍ରକାନ୍ତ ଜେନାକୁ ପୋଲିସ ପ୍ରଥମେ ଥାନାକୁ ନେଇ ପରେ ଛାଡିଦେଇଥିଲା । ପରେ କିନ୍ତୁ ଗାଁ ଲୋକେ ଧରି ସତ୍ୟ ବାହାର କରିଥିଲେ। ତେବେ କାହା ଚାପରେ ପୋଲିସ ଅଭିଯୁକ୍ତକୁ ଛାଡିଥିଲା ବୋଲି ବିଜେଡି ପ୍ରଶ୍ନ କରିଛି ? ଏନେଇ ଆସନ୍ତା ଅକ୍ଟୋବର ୩୦ ସୁଦ୍ଧା ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ବିଜେଡି ଦୃଢ଼ ଦାବି କରିଛି। ସେପଟେ କଂଗ୍ରେସର ଏକ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ ମଧ୍ୟ ମୃତକଙ୍କ ପରିବାରକୁ ଭେଟିଥିଲା। ଶାସକ ଦଳର ନେତାଙ୍କ ଚାପରେ ପୋଲିସ ପ୍ରମାଣ ନଷ୍ଟ କରୁଥିବା ଅଭିଯୋଗ ଆଣିବା ସହ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ପରିବାରର ଜଣଙ୍କୁ ସରକାରୀ ଚାକିରି ଓ ଦୋଷୀ ପୋଲିସ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ଚାକିରିରୁ ବରଖାସ୍ତ କରିବା ପାଇଁ ଦାବି କରିଥିଲା । ଆଜି ସେନା ରାଷ୍ଟ୍ର ହିନ୍ଦୁ ସଂଗଠନ ପକ୍ଷରୁ ମଧ୍ୟ ଜଳେଶ୍ୱର ଥାନା ସମ୍ମୁଖରେ ଧାରଣା ଦିଆଯିବା ସହ ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି।

ସେପଟେ ସମ୍ବେଦନଶୀଳ ମାମଲାର ପ୍ରାଥମିକ ତଦନ୍ତରେ ପୋଲିସର ଅବହେଳା ସାମ୍ନାକୁ ଆସିବା ପରେ ବାଲେଶ୍ୱର ଏସ୍‌ପି ପ୍ରତ୍ୟୁଷ ଦିବାକର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନାମ୍ପୋ ଫାଣ୍ଡି ଅଧିକାରୀ କରନ ମାରାଣ୍ଡିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହା ସହିତ ଜଳେଶ୍ୱର ଥାନା ଆଇଆଇସି ଅଶୋକ କୁମାର ବାରିକଙ୍କୁ ବଦଳି କରାଯାଇ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ଆଟାଚ୍ କରାଯାଇଛି। ବର୍ତ୍ତମାନ ଘଟଣାର ତଦନ୍ତ ଭାର ଡିଏସ୍‌ପି ଚାନ୍ଦମଣି ସିଂଙ୍କୁ ପ୍ରଦାନ କରାଯାଇଥିବା ବେଳେ, ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ପୀଡ଼ିତା ପରିବାର ଓ ସରପଞ୍ଚ ଝିଅର ନ୍ୟାୟ ଦାବି କରିଛନ୍ତି।

ପ୍ରକାଶ ଥାଉ କି, ଅକ୍ଟୋବର ୧୬ ତାରିଖରେ ନିଖୋଜ ହୋଇଥିବା ନବମ ଶ୍ରେଣୀର ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)