ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Oct 31, 2026 - 14:50
ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୌଦ୍ଧ : ବୌଦ୍ଧ ଜିଲ୍ଲା ସୋନପୁର-ବୌଦ୍ଧ ୫୭ ନଂ ଜାତୀୟ ରାଜପଥ ଗୁଦୁଗୁଦା ନିକଟରେ ଅଗ୍ନିକାଣ୍ଡ ଘଟିଛି। ଏକ ମେଡିସିନ୍ ବୋଝେଇ ଚଳନ୍ତା ଟ୍ରକ୍ ରେ ହଠାତ ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ତେବେ ସମୟୋଚିତ ପଦକ୍ଷେପ ଯୋଗୁଁ ଟ୍ରକ୍ ଡ୍ରାଇଭର ଏବଂ ହେଲପର୍ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଟ୍ରକଟି ଯାଉଥିବା ସମୟରେ ହଠାତ୍ ଟ୍ରକ୍ ରେ ଧୂଆଁ ବାହାରିବା ସହ ନିଆଁ ବ୍ୟାପି ଯାଇଥିଲା। ପରିସ୍ଥିତିକୁ ଗମ୍ଭୀର ଦେଖି ଡ୍ରାଇଭର ସତର୍କତା ଅବଲମ୍ବନ କରି ତୁରନ୍ତ ଟ୍ରକରୁ ଓହ୍ଲି ପଡ଼ିଥିଲେ, ଯାହାଫଳରେ ଏକ ବଡ଼ଧରଣର ଦୁର୍ଘଟଣା ଟଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ବାଉସୁଣୀ ଅଗ୍ନିଶମ ବାହିନୀ ତତ୍ପରତାର ସହ ପହଞ୍ଚିଥିଲା ଏବଂ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।

ତଥାପି, ଏହି ଭୟଙ୍କର ଅଗ୍ନିକାଣ୍ଡରେ ଟ୍ରକରେ ଥିବା ବହୁମୂଲ୍ୟ ମେଡିସିନ୍ ଓ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି, କିନ୍ତୁ ପ୍ରାଥମିକ ତଦନ୍ତରୁ ଗାଡ଼ିର ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)