ଗୁଜରାଟରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ଆତ୍ମହତ୍ୟା

Jul 28, 2026 - 14:33
ଗୁଜରାଟରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ଆତ୍ମହତ୍ୟା

ଅହମଦାବାଦ: ଗୁଜରାଟର ରାଜକୋଟରେ ଏକ ପରିବାରର ତିନିଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୀର୍ଘଦିନର ଆର୍ଥିକ ସଙ୍କଟ ଓ ବଢ଼ୁଥିବା ଋଣ ଏହି ଦୁଃଖଦ ଘଟଣାର କାରଣ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ମୃତକମାନଙ୍କ ନାମ ଦିଲୀପ ଖାଖର, ତାଙ୍କ ପତ୍ନୀ ସ୍ମିତା ଖାଖର ଏବଂ ପୁଅ ନିଶିତ ଖାଖର ବୋଲି ଚିହ୍ନଟ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ତିନିଜଣ ଏକ ବିଷାକ୍ତ ପଦାର୍ଥ ସେବନ କରିବା ପରେ ପ୍ରାଣ ହରାଇଥିଲେ। ପରିବାରଟି ଦୀର୍ଘଦିନ ଧରି ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିଲା। ବିଶେଷକରି ନିଶିତ ଖାଖର ଅନେକ ଲୋକଙ୍କଠାରୁ ଋଣ ନେଇଥିବା ଏବଂ ବଢ଼ୁଥିବା ଋଣ ଭାର ପରିବାରର ମାନସିକ ଚାପକୁ ବଢ଼ାଇଥାଇପାରେ ବୋଲି ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ବିସ୍ତୃତ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଓ ପରିସ୍ଥିତି ସମ୍ପର୍କରେ ତଦନ୍ତ ଶେଷ ହେବା ପରେ ଅଧିକ ସୂଚନା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।