ଜିଭରେ ଚାଲିବ କମ୍ପ୍ୟୁଟର

Jul 28, 2026 - 15:35
ଜିଭରେ ଚାଲିବ କମ୍ପ୍ୟୁଟର

 

ବର୍ତ୍ତମାନ କମ୍ପ୍ୟୁଟର ଚଲାଇବା ପାଇଁ ମାଉସ୍ ଉପରେ ହାତ ରଖିବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ, କାରଣ ଆମେରିକାର ଆଗ୍ୟୁମେଣ୍ଟାଲନାମକ ଏକ କମ୍ପାନୀ ଏପରି ଏକ ଅଭିନବ ମାଉଥ୍ପ୍ୟାଡ୍ଲଞ୍ଚ୍ କରିଛି । ଯାହାକୁ କେବଳ ଜିଭ ସାହାଯ୍ୟରେ ସମ୍ପୂର୍ଣ୍ଣ କଣ୍ଟ୍ରୋଲ୍ କରାଯାଇପାରିବ । ଏହି ଡିଭାଇସ୍ଟି ପାଟି ଭିତରେ ଉପର ଦାନ୍ତରେ ରିଟେନର ପରି ଫିଟ୍ ହୋଇଯାଇଥାଏ । ଜିଭ ସାହାଯ୍ୟରେ ଏହାର ପ୍ରେସର୍-ସେନ୍ସିଟିଭ୍ ପ୍ୟାଡ୍କୁ ଛୁଇଁ କର୍ସର ଚଲାଇବା ସହ କ୍ଲିକ୍, ସ୍କ୍ରୋଲ୍ ଓ ସ୍ୱାଇପ୍ ଭଳି ସମସ୍ତ କାର୍ଯ୍ୟ ସହଜରେ କରାଯାଇପାରିବ । ଯାହାକୁ ଏକ ଆପ୍ ସାହାଯ୍ୟରେ ନିଜ ଆବଶ୍ୟକତା ଅନୁସାରେ କଷ୍ଟମାଇଜ୍ ମଧ୍ୟ କରାଯାଇପାରିବବୋଲି ଜଣା ପଡିଛି । କମ୍ପାନୀର ଦାବି ଅନୁଯାୟୀ, ପ୍ରାୟ ୧୦୦ରୁ ଅଧିକ ଲୋକ ବର୍ତ୍ତମାନ ଏହି ଡିଭାଇସ୍ର ସହଜରେ ବ୍ୟବହାର କରୁଛନ୍ତି । କିଛି ବ୍ୟବହାରକାରୀ ଏହାକୁ ଦୈନିକ ୧୬ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରୁଥିବା କମ୍ପାନୀ ସୂଚନା ଦେଇଛି । ଏହି ମାଉଥ୍ପ୍ୟାଡ୍ଟି କର୍ସର କଣ୍ଟ୍ରୋଲ୍ କରିବାରେ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ ବା ବ୍ରେନ୍ ଚିପ୍ ଭଳି ସଠିକ୍ କାର୍ଯ୍ୟ କରୁଥିଲେ ହେଁ, ଏଥିପାଇଁ ମୁଣ୍ଡରେ ଚିପ୍ ଲଗାଇବା ଭଳି କୌଣସି ଜଟିଳ ସର୍ଜରୀର ଆବଶ୍ୟକତା ପଡ଼ିନଥାଏ । ପ୍ରାୟ ୧୫୦୦ ଡଲାର ମୂଲ୍ୟର ଏହି ସ୍ୱତନ୍ତ୍ର ଡିଭାଇସ୍କୁ କେବଳ ଡେଣ୍ଟାଲ୍ ସ୍କାନ୍ କରି ପ୍ରସ୍ତୁତ କରାଯାଇଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।