ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୨ଟି ବିଭତ୍ସ ହତ୍ୟାକାଣ୍ଡ
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ୧୨ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଦୁଇଟି ଅଘଟଣ ଘଟିଛି । ଗତକାଲି ସନ୍ଧ୍ୟାରେ ସ୍ତ୍ରୀର ଗଳାକାଟି ସ୍ୱାମୀ ହତ୍ୟା କରିଥିବା ବେଳେ ଆଜି ସକାଳେ ମଞ୍ଚେଶ୍ୱର ଥାନା ମଞ୍ଚନାଥ ବିହାରରେ ବାପାଙ୍କ ମୁଣ୍ଡକୁ ପଥରରେ ଛେଚି ପୁଅ ହତ୍ୟା କରିଥିବା ଜଣାପଡିଛି । ଅଭିଯୁକ୍ତ ପୁଅକୁ ଅଟକ ରଖି ମଞ୍ଚେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଘଟଣାନୁସରେ,ରଣପୁର ମଝିଆଅଖଣ୍ଡ ଗ୍ରାମର ପ୍ରଦୀପ କୁମାର ଜେନା ୯ବର୍ଷ ତଳେ ନୟାଗଡ଼ ବାଉଁଶିଆ ପଡ଼ାର ମୋନିକା ଜେନାଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ୭ ବର୍ଷର ପୁଅଟିଏ ମଧ୍ୟ ରହିଛି । ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହୁଥିଲା । ତେବେ ସ୍ୱାମୀଙ୍କର ଅନ୍ୟ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ମୋନିକା ୨ ବର୍ଷ ତଳୁ ସ୍ୱାମୀଙ୍କୁ ଛାଡି ଚକେଇସିହାଣୀ ସାହୁ କଲୋନୀରେ ଭଡାରେ ରହୁଥିବା ମା'ଙ୍କ ଘରେ ଆସି ରହୁଥିଲେ । ଅନ୍ୟପଟେ ସ୍ୱାମୀଙ୍କ ପରକୀୟା ସମ୍ପର୍କକୁ ନେଇ ମୋନିକାଙ୍କ ବାପଘର ଲୋକେ ରଣପୁର ଥାନାରେ ପ୍ରଦୀପଙ୍କ ନାଁ ରେ ଏତଲା ଦେଇଥିଲେ । ଏହି ଘଟଣାରେ ଉତ୍କ୍ଷିପ୍ତ ହୋଇ ପ୍ରଦୀପ ୨୭ ତାରିଖ ସନ୍ଧ୍ୟାରେ ଚକେଇସିହାଣୀ ଆସି ମୋନିକାଙ୍କ ସହ ପାଟିତୁଣ୍ଡ ପରେ ଏକ ଧାରୁଆ ଅସ୍ତ୍ରରେ ବେକ କାଟି ନିର୍ମମ ହତ୍ୟା କରିଥିଲେ ।ଏହାପରେ ଘର ଭିତରଳୁ ଯାଇ ନିଜେ ଆଣିଥିବା ବିଷ ପି' ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ପ୍ରଦୀପଙ୍କୁ ହାଇଟେକ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ମଞ୍ଚେଶ୍ୱର ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ସ୍ୱାମୀ ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।
ସେହିପରି ଆଜି ସକାଳେ ମଞ୍ଚେଶ୍ୱର ଥାନା ମଞ୍ଚନାଥ ବିହାର ଅଞ୍ଚଳରେ ବାପାଙ୍କୁ ହତ୍ୟା କରିଛି ପୁଅ । ମୃତକ ହେଉଛନ୍ତି କଣ୍ଟ୍ରାକ୍ଟର କେ ବିଶ୍ବନାଥ । ବିଶ୍ବନାଥଙ୍କୁ ହତ୍ୟା ପରେ ପୁଅ ସେହିଠାରେ ହିଁ ଏକ ଚେୟାର ଉପରେ ବସି ରହିଥିଲା । ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି ।
ଆଜି ସକାଳେ ପୁଅ ପ୍ରଥମେ ବାପାଙ୍କୁ ଏକ ବିଡି ପି' ବା ପାଇଁ ମାଗିଥିଲେ । ବାପା ପୁଅକୁ ବିଡି ଦେବା ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ପୁଅ ଏକ ପଥରରେ ବାପାଙ୍କ ମୁଣ୍ଡକୁ ଛେଚି ହତ୍ୟା ଜାରିଥିଲା । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କୁ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ କରୁଛି ।
ଅନ୍ୟପଟେ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ମନାପାଲି ଗାଁରେ ସମାନ ଧରଣର ହତ୍ୟାକାଣ୍ଡ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାର ପ୍ରାଣବାୟୁ ଉଡିଯାଇଛି । ବାପାକୁ ହତ୍ୟା କରିଥିବା ଅଭିଯୁକ୍ତ ପୁଅ ଅଟକ ରଖି ତଦନ୍ତ ଚଳାଇଛି କୁଚିଣ୍ଡା ପୁଲିସ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।