ସତର୍କ ସଙ୍କେତ ଟପିଲା ବୈତରଣୀ

Jul 28, 2026 - 14:33
ସତର୍କ ସଙ୍କେତ ଟପିଲା ବୈତରଣୀ

ଭୁବନେଶ୍ୱର : ବନ୍ୟା ଆଶଙ୍କାକୁ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ବଡ଼ ସୂଚନା । ସନ୍ଧ୍ୟା ସୁଦ୍ଧା ବୈତରଣୀରେ ବନ୍ୟା ଆସିପାରେ ବୋଲି ସୂଚନା ଦେଇଛନ୍ତି । ଲଗାଣ ବର୍ଷା ଯୋଗୁଁ ସତର୍କ ସଂକେତ ଟପିଛି ବୈତରଣୀ । ସମ୍ଭାବ୍ୟ ବନ୍ୟା ଆଶଙ୍କା ଥିବାରୁ ଯାଜପୁର ର ଧାମନଗର ,ଦଶରଥପୁରରେ ଜଳବନ୍ଦୀ ଦେଖାଦେବ । ବିଶେଷକରି ଚାଷଜମି ଜଳମଗ୍ନ ରହିବ । ସେହିପରି ଭଦ୍ରକ ଜିଲ୍ଲାର ଧାମନଗର ଏବଂ ଚାନ୍ଦବାଲି ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ । ଆଜି ଦିନ ୧୨ ଟା ସୁଦ୍ଧା ବୈତରଣୀ ଜଳସ୍ତର ୩୭.୬୫ ମିଟର ରହିଛି । କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ହେବାରୁ ଫ୍ଲାସ ଫ୍ଲଡ଼ ସ୍ଥିତି ଉପୁଜିଛି । ପୁରୀ,ନିମାପଡା ଏବଂ ଜଗତସିଂପୁରରେ କେବଳ ଜଳବନ୍ଦୀ ସ୍ଥିତି ରହିବ । ତେବେ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ । ହୀରାକୁଦ ଜଳଭଣ୍ଡାରର ୨ ଟି ଗେଟ ଖୋଲା ଅଛି ,ଆଉ କୌଣସି ଗେଟ ଖୋଲାଯିବ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ, ସାଳନ୍ଦୀ ଏବଂ ଜଳକାରେ ମଧ୍ୟ ବନ୍ୟା ଆଶଙ୍କା ରହିଛି । ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳ । ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ଓ ବିପଦ ସଂକେତ ୬.୫ ମିଟର ରହିଛି । ମଙ୍ଗଳବାର ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୫୩ ମିଟରରେ ପ୍ରବାହିତ ହେଉଛି । ଆଗାମୀ ୨୪ ଘଣ୍ଟାରେ ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷର ପରିମାଣ କମିବ ।   

ଦିନ ୧୦ ଟା ସୁଦ୍ଧା ଜଳସ୍ତର ୬.୫୬ ମିଟରରେ ପ୍ରବାହିତ ହେଉଛି । ଫଳରେ ଜଳକାରେ ଚଳିତ ବର୍ଷ ପ୍ରଥମ ବନ୍ୟା ଦେଖାଦେଇଛି । ବସ୍ତା ଓ ସଦର ବ୍ଲକର ଶତାଧିକ ହେକ୍ଟର ଚାଷଜମି ଜଳାର୍ନବ ହୋଇଛି । ଭୟଭୀତ ଅବସ୍ଥାରେ ରହିଛନ୍ତି ନଦୀକୂଳିଆ ବାସିନ୍ଦା ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।