ସୁପ୍ରିମକୋର୍ଟ ରୁ ନିରାଶ ହେଲେ ବିଜେଡି ନେତା ଅରୁଣ ସାହୁ
ଭୁବନେଶ୍ୱର : ନିର୍ବାଚନୀ ଅନିୟମିତତା ମାମଲା । ବିଜୁ ଜନତା ଦଳର ପୂର୍ବତନ ବିଧାୟକ ଅରୁଣ ସାହୁ ସୁପ୍ରିମକୋର୍ଟ ରୁ ନିରାଶ । ବିନା ଶୁଣାଣିରେ ନିର୍ବାଚନ ଅନିୟମିତତା ମାମଲା ଖାରଜ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କ ସଦସ୍ୟତା ରଦ୍ଦ ମାମଲା ଓଡ଼ିଶା ହାଇକୋର୍ଟରେ ଚାଲିବ । ଆସନ୍ତା ୬ ମାସ ମଧ୍ୟରେ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ସୂଚନାନୁସାରେ, ଗତ ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ନୟାଗଡ଼ ଆସନରୁ ବିଧାୟକ ହୋଇଥିବା ଅରୁଣ କୁମାର ସାହୁଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେପି ପରାଜିତ ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ହାଇକୋର୍ଟରେ ଆବେଦନ କରିଥିଲେ । ନିର୍ବାଚନ ସତ୍ୟପାଠରେ ଶ୍ରୀ ସାହୁ ସଂପତ୍ତି ସଂକ୍ରାନ୍ତରେ ସଠିକ ତଥ୍ୟ ଦେଇ ନଥିଲେ । ଏଥି ସହିତ ତାଙ୍କ ନାମାଙ୍କନପତ୍ର ରିଟର୍ଣ୍ଣିଂ ଅଫିସର ବେଆଇନ ଭାବେ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା । ନିର୍ବାଚନରେ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ମାତ୍ର ୪୩୯ ଖଣ୍ଡ ଭୋଟରେ ହରାଇଥିଲେ ଅରୁଣ ସାହୁ । ରାଜେଶ୍ୱରୀ ହାଇକୋର୍ଟରେ ମାମଲା ଦାୟର ପରେ ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ନେଇ ଅରୁଣ ସାହୁ ହାଇକୋର୍ଟଙ୍କ ନିକଟରେ ଅପିଲ୍ କରିଥିଲେ । ହାଇକୋର୍ଟ ତାଙ୍କର ଆବେଦନ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ସୁପ୍ରିମକୋର୍ଟରୁ ଅରୁଣଙ୍କୁ ନିରାଶ ହେବାକୁ ପଡ଼ିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।