କୋଟି କୋଟି ଟଙ୍କା ଖର୍ଚ୍ଚ,ହେଲେ କାମରେ ଲାଗୁନି ପ୍ରକଳ୍ପ !

Oct 30, 2026 - 19:15
କୋଟି କୋଟି ଟଙ୍କା ଖର୍ଚ୍ଚ,ହେଲେ କାମରେ ଲାଗୁନି ପ୍ରକଳ୍ପ !

ନନ୍ଦିଘୋଷ ବ୍ୟୁରୋ: କଟକର ବିପଦସଂକୁଳ ମାର୍କେଟ କମ୍ପ୍ଲେକ୍ସର ହେବ ନବକଳେବର । ଜରାଜୀର୍ଣ୍ଣ କୋଠା ଭାଙ୍ଗି ନିର୍ମାଣ ହେବ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ । ଏଥିପାଇଁ ସ୍ଥିତି ଅନୁଧ୍ୟାନ କରିବାକୁ ପୂର୍ତ୍ତ ବିଭାଗକୁ ଚିଠି ଲେଖିଛି କେଡିଏ । ରକ୍ଷଣାବେକ୍ଷଣାର ଅଭାବରୁ ଅନେକ ଏବେ ଭୂତକୋଠି ପରି ଠିଆ ହୋଇଛି । ସହରର ବଜ୍ରକବାଟି, ବକ୍ସିବଜାର, କେଡିଏ ସେକ୍ଟର-6 ଏବଂ ଓଏମପି ଛକରେ ଥିବା କମ୍ପ୍ଲେସ ଗୁଡ଼ିକୁ ପ୍ରଥମ ପର୍ଯ୍ୟାୟରେ ଗୁରୁତ୍ବ ଦିଆଯିବ । ଏହି ମାର୍କେଟ କମ୍ପ୍ଲେକ୍ସ ଗୁଡ଼ିକରେ କେଉଁଠି କାନ୍ଥରେ ଅନାବନା ଗଛ ଉଠିଥିବା ବେଳେ କେଉଁଠି କାନ୍ଥଗୁଡ଼ିକ ଫାଟି ବିପଜନକ ଅବସ୍ଥାରେ ରହିଛି । ବର୍ଷା ହେଲେ କୋଠାର ଛାତରୁ ପାଣି ଗଳୁଛି । ସବୁଠାରୁ ବଡ଼କଥା ହେଲା, ଏପରି ବିପଦପୂର୍ଣ୍ଣ କୋଠାରେ ଦୋକାନୀ ମାନେ ବସି ବ୍ୟବସାୟ କରୁଛନ୍ତି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କର୍ପୋରେଟର ଲିଜାରାଣୀ ରାଉତ୍ । ଯଦି ସେମାନଙ୍କ ଠାରୁ ଭଡ଼ା ଆଦାୟ ହେଉଛି ତେବେ ରକ୍ଷଣାବେକ୍ଷଣା କାହିଁକି କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ଯେଉଁ ମାର୍କେଟ କମ୍ପ୍ଲେକ୍ସ କେଏମସି ଦ୍ଵାରା ପରିଚାଳିତ ହେଉଛି ସେସବୁକୁ ନେଇ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସୋସିଆଲ ଜଷ୍ଟିସ ଓ ଗ୍ରିଭାନ୍ସର ଚେୟାରମ୍ୟାନ ପ୍ରଳୟା ବେହେରା । ଠିକ୍ ଢଙ୍ଗରେ ନୋଟିସ କରିବା ସହ ବ୍ୟବସାୟୀଙ୍କୁ ପ୍ରାଥମିକତା ଦିଆଯିବ । ୧୯୯୬ ପୂର୍ବରୁ ୭ଶହ ଟଙ୍କା ଭଡ଼ା ଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ତାକୁ ସବଲେଟିଂ କରାଯାଇଥିଲା । ପୁନଃ ନିର୍ମାଣ ପରେ ସ୍ୱଚ୍ଛତା ଆସିବ । ମାର୍କେଟ କମ୍ପ୍ଲେକ୍ସ ଦୁଇ ଭାଗରେ ଅଛି । କିଛି କେଡ଼ିଏ ଆଉ କିଛି ମହାନଗର ନିଗମ ଅଧିନରେ ରହିଛି । ବକ୍ସି ବଜାରରେ ଯେଉଁ ମାର୍କେଟ କମ୍ପ୍ଲେକ୍ସ ଅଛି ତାହା କେଡିଏର ପ୍ରୋଜେକ୍ଟ । ବଜ୍ରକବାଟିରେ ଯେଉଁ ମାର୍କେଟ କମ୍ପ୍ଲେକ୍ସ ରହିଛି ସେସବୁ ପୁନଃନିର୍ମାଣ କରିବାକୁ ଯୋଜନା ଚାଲିଥିବା କହିଛନ୍ତି ମେୟର ।

ନବୀକରଣକୁ ସ୍ବାଗତ କରିଥିଲେ ସୁଦ୍ଧା ପୁନଃନିର୍ମାଣ ଭିତରେ ଦୋକାନୀଙ୍କ ଜୀବିକା ଓ ଥଇଥାନକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ମାର୍କେଟ ଆବଣ୍ଟନରେ ସ୍ୱଚ୍ଛତା ଓ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ରୋକିବାକୁ ଜୋର ଦେଇଛନ୍ତି ଜନପ୍ରତିନିଧି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)