କୋଟିଆ ପାଇଁ ଆନ୍ଧ୍ର-ଓଡିଶା ଛକାପଞ୍ଝା !

Nov 24, 2026 - 19:20
କୋଟିଆ ପାଇଁ ଆନ୍ଧ୍ର-ଓଡିଶା ଛକାପଞ୍ଝା !

ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ପୁଣି ଆନ୍ଧ୍ର କରିବ ନିର୍ବାଚନ । ପ୍ରତିହତ କରିବାକୁ ଓଡ଼ିଶା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି । ମାଟିର ଲଢେଇ ପାଇଁ ହାତ ମିଳାଇଛନ୍ତି ରାଜ୍ୟର ସବୁ ଦଳ ନେତା । ଡିସେମ୍ବର ୨ ତାରିଖରେ କୋଟିଆରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଆନ୍ଧ୍ର ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ରହିଛି । ନଭେମ୍ବର ୨୧ ରୁ ୨୩ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ ଏବଂ ୨୪ ତାରିଖରେ ପ୍ରତ୍ୟାହାର ପ୍ରକ୍ରିୟା ରହିଛି । ଏହି ନିର୍ବାଚନରେ କୋଟିଆରୁ ୧୨ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ୪୬ ଜଣ ୱାର୍ଡ ସଭ୍ୟ ପାଇଁ ନାମାଙ୍କନ କରିଥିବା ଜଣାପଡ଼ିଛି ।

ଆନ୍ଧ୍ରର ଏହି ପଦକ୍ଷେପକୁ ନେଇ ଓଡ଼ିଶାରେ ରାଜନୈତିକ ତତ୍ପରତା ବଢ଼ିଛି। କୋଟିଆରେ ଆନ୍ଧ୍ରର ନିର୍ବାଚନୀ ଉଦ୍ୟମକୁ ପ୍ରତିହତ କରିବା ପାଇଁ କୋରାପୁଟରେ ଏକାଠି ହୋଇଛନ୍ତି ବିଭିନ୍ନ ଦଳର ନେତା । ଏପଟେ ଏହାକୁ ଚେକ୍ ଦେବା ପାଇଁ କୋଟିଆରେ ଡିସେମ୍ବର ୧ ଓ ୨ ତାରିଖରେ ଧୁମଧାମରେ ପାଳନ ହେବ କୋଟିଆ ପରବ । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ରହିଥିବା ସୀମା ବିବାଦ ମଧ୍ୟରେ ଏହି ପରବର ଗୁରୁତ୍ୱ ଆହୁରି ବଢ଼ିଯାଇଛି। କୋଟିଆବାସୀଙ୍କୁ ଓଡ଼ିଶାର କଳା, ସଂସ୍କୃତି ଓ ବିକାଶର ମୁଖ୍ୟସ୍ରୋତ ସହ ଯୋଡ଼ି ରଖିବା ଦିଗରେ ଏହି ମହୋତ୍ସବ କରି ଆନ୍ଧ୍ରର ନିର୍ବାଚନ କୁ ଭଣ୍ଡୁର କରିବା ପାଇଁ ରଣନୀତି କରିଛି ଜିଲ୍ଲାପ୍ରଶାନ। କୌଣସି ପ୍ରକାର ବିଶୃଙ୍ଖଳା କିମ୍ବା ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ।

କୋଟିଆ ବିବାଦ ଭିତରେ ଏବେ ଆଉ ଏକ ନୂଆ ମୋଡ଼। ଆନ୍ଧ୍ରପ୍ରଦେଶର ଆଦିବାସୀ ଉନ୍ନୟନ ମନ୍ତ୍ରୀ ସନ୍ଧ୍ୟାରାଣୀ ଓ ପୁର୍ବତନ ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରା ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଶାସନ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। କୋଟିଆର ଆଦିବାସୀଙ୍କୁ ଅଟକ ରଖିବା, ମାଡ଼ ମାରିବା ଓ ନିର୍ଯାତନା ଦେବା ଭଳି ଅଭିଯୋଗ କରିଛନ୍ତି । ଏଭଳି ଅତ୍ୟାଚାର ଆଉ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ପଡ଼ିଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦୃଷ୍ଟିକୁ ଏହି ପ୍ରସଙ୍ଗ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ସଂଧ୍ୟାରାଣୀ।
ଓଡ଼ିଶା ଓ ଆନ୍ଧ୍ର ଉଭୟ ରାଜ୍ୟରେ ବିଜେପି ସରକାର ଥିବାରୁ କୋଟିଆ ବିବାଦର ସମାଧାନ ନେଇ ଆଶା ରହିଥିଲା। କିନ୍ତୁ ଏବେ ନିର୍ବାଚନୀ ପ୍ରସ୍ତୁତି, ପ୍ରଶାସନିକ ତତ୍ପରତା ଓ ଦୁଇ ରାଜ୍ୟର ନେତାଙ୍କ ବୟାନକୁ ନେଇ ପୁଣି ଚର୍ଚ୍ଚା ବଢ଼ିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)