କୁହୁଡି ଯୋଗୁଁ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୫ ଗୁରୁତର

Nov 23, 2026 - 11:29
କୁହୁଡି ଯୋଗୁଁ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୫ ଗୁରୁତର

କୋରାପୁଟ: ଘନ କୁହୁଡ଼ିରେ ଭୟଙ୍କର ସଡକ ଦୁର୍ଘଟଣା । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଗୁଣେଇପଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରବଳ କୁହୁଡି ଯୋଗୁଁ ଦୃଶ୍ୟମାନତା କମ୍ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ରିପୋର୍ଟ ଅନୁଯାୟୀ, ଲମ୍ତାପୁଟ ବ୍ଲକର ରାୟପଡ଼ା, ଦେଉଳପଦା ଏବଂ ଆଲଙ୍ଗପଦା ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ପୋଡ଼ମାରା ଯାତ୍ରା ଦେଖି କିଛି ଯୁବକ ନିଜ ନିଜ ବାଇକରେ ଫେରୁଥିଲେ। ମାତ୍ର ଭୋର ସମୟରେ ପ୍ରବଳ କୁହୁଡି ଯୋଗୁଁ ରାସ୍ତା ସ୍ପଷ୍ଟ ଭାବେ ଦେଖାଯାଉନଥିଲା। ଗୁଣେଇପଦା ଗ୍ରାମ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ କାତରାଗୁଡ଼ା ଗ୍ରାମର ପୀତାମ୍ବର ଖିଲଙ୍କର ମୃତ୍ୟୁ ହୋଇଛି। 

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମାଛକୁଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ଲମ୍ତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏହି ମାମଲାରେ ଏକ ତଦନ୍ତ ଆରମ୍ଭ କରି ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)