କାବେରୀ ଜଳ ବିବାଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

Sep 14, 2026 - 08:56
କାବେରୀ ଜଳ ବିବାଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ କାବେରୀ ନଦୀ ଜଳ ବିବାଦ ମାମଲାର ଶୁଣାଣି ହେବ। ତାମିଲନାଡୁକୁ ଦୈନିକ ୬ ହଜାର କ୍ୟୁସେକ ଜଳ ଛାଡ଼ିବା ପାଇଁ କର୍ଣ୍ଣାଟକକୁ କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (CWMA) ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କାବେରୀ ଜଳ ନିୟାମକ କମିଟିର ସୁପାରିସକୁ କାଏମ ରଖି CWMA ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ତାମିଲନାଡୁକୁ ଏତେ ପରିମାଣର ଜଳ ଛାଡ଼ିଲେ କର୍ଣ୍ଣାଟକର ଚାଷ ଓ ଜଳସମ୍ପଦ ଉପରେ ବ୍ୟାପକ ପ୍ରଭାବ ପଡ଼ିବ ବୋଲି ରାଜ୍ୟ ସରକାର ଯୁକ୍ତି ଦର୍ଶାଇଛନ୍ତି। କର୍ଣ୍ଣାଟକର କୋଦାଗୁ ଜିଲ୍ଲାରୁ ବାହାରିଥିବା କାବେରୀ ନଦୀର ଜଳ ତାମିଲନାଡୁ ସମେତ କେରଳ ଓ ପୁଡୁଚେରୀକୁ ଯାଇଥାଏ। ଜଳ ବଣ୍ଟନକୁ ନେଇ ଦୀର୍ଘଦିନ ଧରି କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ବିବାଦ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)