ଏମ୍ବିବିଏସ୍ ପରୀକ୍ଷା: ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ସୁଯୋଗ
ନନ୍ଦିଘୋଷ ବ୍ୟୁରୋ : ଏମ୍ବିବିଏସ୍ ପରୀକ୍ଷା ପାଇଁ ଅତିରିକ୍ତ ସୁବିଧା। ୨୦୧୯-୨୦ ଓ ୨୦୨୦–୨୧ ଶିକ୍ଷାବର୍ଷର ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ। କୋଭିଡ୍ ସମୟରେ ଅସୁବିଧା ବା ଅସୁସ୍ଥତା ପାଇଁ ଯେଉଁ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି, ସେମାନଙ୍କ ପାଇଁ ପ୍ରଥମ ପ୍ରଫେସନନାଲ୍ ଏମ୍ବିବିଏସ୍ ପରୀକ୍ଷା ପାସ୍ କରିବା ଲାଗି ଗୋଟିଏ ଅତିରିକ୍ତ ସୁବିଧା ମିଳିବ। ଏନେଇ ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍ସି) ଅସ୍ଥାୟୀ କୋହଳ ବ୍ୟବସ୍ଥା ଆଣିଛନ୍ତି। ଏଥିଲାଗି ଏନ୍ଏମ୍ସିର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସର୍ଭରଖିଛି।
ଛାତ୍ରଛାତ୍ରୀଙ୍କୁ ପ୍ରଥମ ପ୍ରଫେସନନାଲ୍ ଏମ୍ବିବିଏସ୍ ପରୀକ୍ଷା ପାସ୍ କରିବା ପାଇଁ ନିର୍ଦ୍ଧାରିତ ୪ଟି ସୁଯୋଗ ବ୍ୟତୀତ ଗୋଟିଏ ଅତିରିକ୍ତ ସୁଯୋଗ ବା ସର୍ବମୋଟ ୫ଟି ସୁଯୋଗ ପାଇଁ ଅନୁମତି ଦିଆଯିବ। ପ୍ରଥମ ପ୍ରଫେସନନାଲ୍ ଏମ୍ବିବିଏସ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପାଇଁ ଛାତ୍ରଛତ୍ରୀ ନିର୍ଦ୍ଧାରିତ ଚାରି ବର୍ଷ ଅବଧୂ ଅତିକ୍ରମ କରିସାରିଥିଲେ ସୁଦ୍ଧା ଏହି ଅତିରିକ୍ତ ସୁଯୋଗ ଉପଲବ୍ଧ ହେବ। ସେଥିରେ ଛାତ୍ର ବା ଛାତ୍ରୀଙ୍କ ନାମଲେଖା ବୈଧ ରହିଥିବା ଆବଶ୍ୟକ। ବାଧ୍ୟତାମୂଳକ ରୋଟେଟିଂ ମେଡିକାଲ୍ ଇଣ୍ଟର୍ଣ୍ଣସିପ୍ର ପ୍ରଯୁଜ୍ୟ ଅବଧି ସହିତ ଏର୍ବିଦିଏସ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାର ମୋଟ ଅବଧୂ ନାମଲେଖା ତାରିଖରୁ ଦଶ ବର୍ଷରୁ ଅଧିକ ହେବ ନାହିଁ ବୋଲି ଏନ୍ଏମ୍ସି କହିଛି। ସର୍ବମୋଟ ୫ଟି ସୁଯୋଗ ପାଇଁ ଅନୁମତି ଦିଆଯିବ। ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷ ଏମ୍ବିବିଏସ୍ ଛାତ୍ର ଛାତ୍ରୀଙ୍କ ପାଇଁ ସୁଯୋଗ। କୋଭିଡ, ଅସୁସ୍ଥତା ପାଇଁ ପରୀକ୍ଷା ଦେଇପାରିନଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
