ପ୍ରଥମ ଓଡ଼ିଆ ଭାବେ ଟିମ୍ ଇଣ୍ତିଆର ମୂଖ୍ୟ ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା

Oct 19, 2026 - 17:22
ପ୍ରଥମ ଓଡ଼ିଆ ଭାବେ ଟିମ୍ ଇଣ୍ତିଆର ମୂଖ୍ୟ ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା

ନନ୍ଦିଘୋଷ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାର ଅନ୍ତ । ଟିମ୍ ଇଣ୍ତିଆକୁ ମିଳିଲା ନୂଆ ମୂଖ୍ୟ ଚୟନକର୍ତ୍ତା । ସୋମବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼ (BCCI) ନୂଆ ମୂଖ୍ୟ ଚୟନକର୍ତ୍ତା ଭାବେ ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଭାରତୀୟ ବରିଷ୍ଠ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଓଝା ବର୍ତ୍ତମାନ ଅଜିତ ଅଗରକରଙ୍କ ସ୍ଥାନ ନେବେ। ସବୁଠୁ ବଡ଼ କଥା ପ୍ରଥମ ଓଡ଼ିଆ ଭାବେ ଓଝା ଭାରତୀୟ କ୍ରିକେଟ୍ ଦଳରେ ଏହି ବଡ଼ ଦାୟିତ୍ଵ ସମ୍ଭାଳିବେ। ବୋର୍ଡ଼ ପକ୍ଷରୁ ପୂର୍ବତନ ମୂଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରାଯାଇଛି । ଅଜିତ ଅଗରକରଙ୍କ ନେତୃତ୍ୱରେ ଭାରତୀୟ ଦଳ ତିନୋଟି ICC ଟ୍ରଫି, ଦୁଇଟି ଏସିଆ କପ୍ ଓ ଏସୀୟ ଗେମ୍ସରେ ସୂର୍ଣ୍ଣ ପଦକ ହାତେଇଥିଲା ।

ଏହା ସହ ଓ୍ଵେଷ୍ଟ ଜୋନରୁ ଖାଲି ପଡ଼ିଥିବା ଚୟନକର୍ତ୍ତା ଟିମରେ ରମେଶ ପାଓ୍ଵାରଙ୍କୁ ସାମିଲ୍ କରାଯାଇଛି। ରମେଶ ପୱାର ଭାରତ ପାଇଁ ଦୁଇଟି ଟେଷ୍ଟ ଓ ୩୧ଟି ଦିନିକିଆ ଖେଳିଥିଲେ। ଖେଳରୁ ସନ୍ୟାସ ନେବା ପରେ ସେ ପ୍ରଶିକ୍ଷକ ଜଗତରେ ଏଣ୍ଟ୍ରି ମାରିଥିଲେ । ସେ ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ମୁମ୍ବାଇ ଓ ଗୁଜରାଟ ଦଳ ପାଇଁ ମଧ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ବୋଲିଂ ପ୍ରଶିକ୍ଷକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ମହିଳା ଦଳର ପ୍ରଶିକ୍ଷକ ଥିବା ସମୟରେ, ଭାରତ ଏସିଆ କପ୍ ସହ କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲା।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)