ଉତ୍କଳମଣି ଗୋପବନ୍ଧୁ ଇଞ୍ଜିନିୟରିଂ ପରିସରରେ ବୃକ୍ଷରୋପଣ, ଉଦ୍ଘାଟିତ ହେଲା ‘ଜ୍ଞାନ ଦ୍ୱାର’ ଉଦ୍ୟାନ
ନନ୍ଦିଘୋଷ ବ୍ୟୁରୋ; ରାଉରକେଲା ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ପୁରାତନ ଛାତ୍ର ସଂଘ ପକ୍ଷରୁ ବୃକ୍ଷ ରୋପଣ କରାଯିବା ସହ ଜ୍ଞାନ ଦ୍ଵାର ଉଦ୍ୟାନ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଉରକେଲା ରାସ୍ତା ଓ ଗୃହନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଜସସ୍ବିନୀ ମିଶ୍ରଙ୍କ ସହ ଵହୁ ପୁରାତନ ଛାତ୍ର ଓ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ। ପରିବେଶ ସଚେତନତା ସବୁଜିମା ଓ ପରିଚ୍ଛନ୍ନତାର ବାର୍ତ୍ତାକୁ ସମାଜରେ ପହଞ୍ଚାଇବା ଲକ୍ଷ୍ୟରେ ବୃକ୍ଷରୋପଣ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
