ଇରାନକୁ ପୁଣି ଟ୍ରମ୍ପଙ୍କ ଯୁଦ୍ଧ ଧମକ, ନୂଆ ବର୍ଷ ପରେ ଆକ୍ରମଣ ଚେତାବନୀ!

Nov 23, 2026 - 10:02
ଇରାନକୁ ପୁଣି ଟ୍ରମ୍ପଙ୍କ ଯୁଦ୍ଧ ଧମକ, ନୂଆ ବର୍ଷ ପରେ ଆକ୍ରମଣ ଚେତାବନୀ!

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି । ନୂତନ ବର୍ଷ ପରେ ତେହେରାନ ଉପରେ ନୂତନ ଆକ୍ରମଣ ପାଇଁ ଚେତାବନୀ ଦେଇଛନ୍ତି । ଏବଂ ଆଲୋଚନାକାରୀମାନଙ୍କୁ ପେଶାଦାର ଟ୍ୟାପ୍ ଡ୍ୟାନ୍ସର ବୋଲି କହିଛନ୍ତି ଟ୍ରମ୍ପ। ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ନ ହୁଏ, ତେବେ ସେ ନୂତନ ବର୍ଷ ପରେ ଇରାନ ଉପରେ ସାମରିକ ଆକ୍ରମଣ ନିର୍ଦ୍ଦେଶ ଦେଇପାରନ୍ତି । ତେହେରାନ ସହିତ ଚାଲିଥିବା କୂଟନୈତିକ ଆଲୋଚନାକୁ ବେକାର ବୋଲି କହିଛନ୍ତି ଟ୍ରମ୍ପ ।

ରବିବାର ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତାରେ ଟ୍ରମ୍ପ ଇରାନୀ ଆଲୋଚନାକାରୀଙ୍କୁ ଆମେରିକା ନିର୍ବାଚନ ପରଠାରୁ ଉତ୍ତେଜନା ବୃଦ୍ଧି ଏବଂ ଆଲୋଚନାକୁ ବିଳମ୍ବ କରିବାର ଅଭିଯୋଗ କରିଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ଗତ ସପ୍ତାହରେ ଗତ ବର୍ଷ ତୁଳନାରେ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି । ସେଗୁଡ଼ିକୁ ଗୁଳି କରି ଖସାଇ ଦିଆଯାଇଛି ଏବଂ କୌଣସି କ୍ଷତି ହୋଇ ନାହିଁ। ଇରାନୀ ନେତାମାନେ ଡେମୋକ୍ରାଟମାନଙ୍କୁ ଦୁର୍ବଳ ଏବଂ ଅକ୍ଷମ ବୋଲି ଭାବନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ସେମାନେ ଦେଶକୁ ନଷ୍ଟ କରୁଛନ୍ତି, କିନ୍ତୁ ମୁଁ ତାହା ହେବାକୁ ଦେବି ନାହିଁ । ଡେମୋକ୍ରାଟ ଏବଂ ଇରାନ ଉଭୟ ଦୀର୍ଘ ସମୟ ଧରି ତୈଳ ମୂଲ୍ୟକୁ ଉଚ୍ଚ ରଖିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ନିର୍ବାଚନ ପରଠାରୁ, ତୈଳ ମୂଲ୍ୟ ରେକର୍ଡ ସର୍ବନିମ୍ନ ସ୍ତରରେ ଖସି ଆସିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)