ଶିବ ଉପାସନା
କେବଳ ରାଇଦାମଦୋର ବା ଭଗବାନ ବିଷ୍ଣୁଙ୍କ ଉପାସନା ନୁହେଁ ଏହି ମାସରେ ଶିବ ଉପାସନା ମଧ୍ୟ କରାଯାଇଥାଏ । କାର୍ତ୍ତିକ ମାସ ଶିବଙ୍କର ପ୍ରିୟ ମାସ ହୋଇଥାଏ ବୋଲି ଲୋକକଥା ରହିଛି । କାର୍ତ୍ତିକମାସ ପ୍ରତି ସୋମବାର ଦିନ ଅନେକ ଶ୍ରଦ୍ଧାଳୁଙ୍କର ଶିବଙ୍କ ମନ୍ଦିରରେ ଭିଡ ଯମିଥାଏ । ଏହି ମାସରେ ଶିବ ଉପାସନା କରିବା ଦ୍ୱାରା ଧର୍ମୀୟ ସୌଭାଗ୍ୟ ସହିତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ମାସରେ ଶିବ ସ୍ରହସନାମ, ଶିବସ୍ତୋତ ଆଦି ଜପ କରିବା ଦ୍ୱାରା ମହାଦେବଙ୍କର ଆର୍ଶୀବାଦ ପ୍ରାପ୍ତ ହୋଇଥାଏ । ଏହି ମାସରେ ମହାଦେବଙ୍କର ପର୍ବ ବଡଓଷା ପାଳନ ହୋଇଥାଏ । ଯେଉଁଦିନ ଶ୍ରଦ୍ଧାଳୁମାନେ ଶିବଙ୍କର ପୂଜା ଅର୍ଚ୍ଚନା କରିଥାଆନ୍ତି । ଏହି ଦିନ କଟକରେ ଥିବା ଧବଳେଶ୍ୱର ପୀଠରେ ବେଶ୍ ଭିଡ ଯମିଥାଏ । ସେଠାରେ ଶ୍ରଦ୍ଧାଳୁମାନେ ଶିବଙ୍କର ପୂଜା ଅର୍ଚ୍ଚନା କରିବା ସହିତ ଉପବାସ ରଖିଥାଆନ୍ତି । ଓଡ଼ିଶାର ଗାଁମାନଙ୍କରେ ଥିବା ଛୋଟବଡ ମନ୍ଦିରରେ ମଧ୍ୟ ବଡଓଷା ଖୁବ ଧୁମଧାମରେ ପାଳନ କରାଯାଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
