ଇନାର ଉପରେ ବଡ଼ ଆକ୍ରମଣ ନେଇ ପ୍ରସ୍ତୁତ ହେଉଛି ଆମେରିକା!

Oct 08, 2026 - 12:52
ଇନାର ଉପରେ ବଡ଼ ଆକ୍ରମଣ ନେଇ ପ୍ରସ୍ତୁତ ହେଉଛି ଆମେରିକା!

ନନ୍ଦିଘୋଷ ବ୍ୟୁରୋ: ଇରାନ ବିରୋଧରେ ବୃହତ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ଆମେରିକା। ଯଦିଓ ଟ୍ରମ୍ପ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି, ତେବେ ପେଣ୍ଟାଗନ ସମ୍ଭାବ୍ୟ ଆକ୍ରମଣ ନେଇ ପ୍ରସ୍ତୁତ ହେବା ନେଇ ନିର୍ଦ୍ଦେଶ ଦେଇଛି ।

‘ଆକ୍ସିଓସ୍’ର ସୂଚନା ଅନୁଯାୟୀ, ପେଣ୍ଟାଗନ କିଛି ଦିନ ପୂର୍ବରୁ ଆମେରିକାର କେନ୍ଦ୍ରୀୟ କମାଣ୍ତକୁ ବଡ଼ ଧରଣର ସାମରିକ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଆକ୍ରମଣ ଆରମ୍ଭ କରିବା ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି । ଆମେରିକା ଓ ଇସ୍ରାଇଲ ଅଧିକାରୀମାନେ ଆକ୍ସିଓସକୁ କହିଛନ୍ତି, ଯଦି ସାମରିକ କାର୍ଯ୍ୟାନୁଷ୍ଠାନ ପୁଣି ଥରେ ଆରମ୍ଭ ହୁଏ, ତେବେ ଇରାନର ପରମାଣୁ କେନ୍ଦ୍ର, ଶକ୍ତି ଭିତ୍ତିଭୂମି ଓ ପରମାଣୁ ପ୍ରତିଷ୍ଠାନ ଉପରେ ବଡ଼ ଧରଣର ଆକ୍ରମଣ ହେବାର ଆଶଙ୍କା କରାଯାଉଛି । ଯାହା ଆମେରିକାର ଏକ ନୂତନ ସାମରିକ ଅଭିଯାନ ପାଇଁ ପଥ ପରିଷ୍କାର କରିପାରେ।  ଆମେରିକା ଦୃଢ଼ ସ୍ଥିତିରେ ରହିଛି, କାରଣ ଆମେ ହର୍ମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରୁଛୁ । ଇରାନର ଅର୍ଥନୀତି ଭୁଶୁଡ଼ି ପଡ଼ିବା ଫଳରେ ଦେଶ ବେଶ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ଦୁଇଟି ରାସ୍ତା ମଧ୍ୟରୁ ଗୋଟିଏକୁ ଆପଣେଇବାକୁ ପଡ଼ିବ। ଏହା ହୁଏତ ସହଜ ରାସ୍ତା କିମ୍ବା କଷ୍ଟକର ରାସ୍ତା ହୋଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି।

ବୁଧବାର ଟ୍ରମ୍ପ ଇସ୍ରାଇଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। କିଛି ଦିନ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ୱିତୀୟ ବାର୍ତ୍ତାଳାପ ଥିଲା। ପୂର୍ବରୁ ଟ୍ରମ୍ପ ନଭେମ୍ବରରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଆକ୍ରମଣ ବିଷୟରେ ବିଚାର କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଥିଲା।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)