ଆସନ୍ତାକାଲି ଟ୍ରମ୍ପ-ରୁଟେଙ୍କ ବଡ ବୈଠକ !

Nov 24, 2026 - 22:26
ଆସନ୍ତାକାଲି ଟ୍ରମ୍ପ-ରୁଟେଙ୍କ ବଡ ବୈଠକ !

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ମୁଖ୍ୟ ମାର୍କ ରୁଟେଙ୍କୁ ଭେଟିବେ। ଫ୍ଲୋରିଡା଼ରେ ଏହି ବୈଠକ ହେବ। ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ସପ୍ତାହରେ ଚୀନରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଟ୍ରମ୍ପ ଭେଟିବା ପରେ ଆସନ୍ତାକାଲିର ଏହି ବୈଠକର ବହୁତ ଗୁରୁତ୍ଵ ବଢ଼ି ଯାଇଛି। କାରଣ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠୁ ନାଟୋକୁ ନେଇ ଆମେରିକାର ଆଭିମୁଖ୍ୟ ବଦଳିଛି। ବିଶେଷ କରି ଫଣ୍ଡିଂକୁ ନେଇ ଟ୍ରମ୍ପ ସବୁବେଳେ ଅନ୍ୟ ସହଯୋଗୀଙ୍କୁ ସମାଲୋଚନା କରୁଛନ୍ତି। ତାଙ୍କ ଟାର୍ଗେଟରେ ୟୁରୋପ। ୟୁରୋପ କାହିଁକି ଅଧିକ ଫଣ୍ଡିଂ କରିବ ନାହିଁ, କାହିଁକି କେବଳ ଆମେରିକା ସମସ୍ତଙ୍କ ସୁରକ୍ଷା ଦାୟିତ୍ଵ ନେବ ବୋଲି କହୁଛନ୍ତି ଟ୍ରମ୍ପ। ପୁଣି ଗତ ସପ୍ତାହରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପୁଟିନ୍ ଓ ଜିନପିଙ୍ଗଙ୍କୁ ସେ ନିଜର ‘ବନ୍ଧୁ’ ବୋଲି ସମ୍ବୋଧନ କରିଥିଲେ। ଏହାକୁ ନେଇ ଅନେକ ଦେଶ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି।

ଏପରିକି ନିଜ ଦେଶରେ ବି ସମାଲୋଚିତ ହୋଇଛନ୍ତି। ନାଟୋ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଏବଂ ଟ୍ରମ୍ପଙ୍କୁ ନିଜ ପକ୍ଷରେ ରଖିବା ପାଇଁ ବାରମ୍ବାର ଉଦ୍ୟମ କରିଆସୁଥିବା ରୁଟେ କହିଛନ୍ତି ଯେ, ବୃହତ୍ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ମୁଖ୍ୟଙ୍କ ମଧ୍ୟରେ ବୈଠକ ହେବା ଏକ ସ୍ୱାଭାବିକ କଥା। ନାଟୋ ପାଇଁ ଅଧିକ ଅର୍ଥ ବ୍ୟୟ, ବାଣିଜ୍ୟ ଶୁଳ୍କ ଏବଂ ଇରାନ ବିରୋଧରେ ଆମେରିକା-ଇସ୍ରାଏଲ୍ ଯୁଦ୍ଧ ସମୟରେ ୱାଶିଂଟନକୁ ଆବଶ୍ୟକ ସହଯୋଗ ନ କରିବା ଭଳି ପ୍ରସଙ୍ଗକୁ ନେଇ ଟ୍ରମ୍ପ ଆମେରିକାର ପାଶ୍ଚାତ୍ୟ ଓ ଗଣତାନ୍ତ୍ରିକ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ବାରମ୍ବାର ସମାଲୋଚନା କରିଆସୁଛନ୍ତି। ତେଣୁ ଆସନ୍ତାକାଲି ଟ୍ରମ୍ପ ଓ ନାଟୋ ମୁଖ୍ୟଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ୟୁରୋପର ନଜର ରହିଛି। …

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)