ଆଜି ସ୍ୱାଧୀନତା ଦିବସ: ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିବେ ମୋଦୀ

Aug 15, 2026 - 08:54
ଆଜି ସ୍ୱାଧୀନତା ଦିବସ: ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିବେ ମୋଦୀ

ଆଜି ୮୦ତମ ସ୍ବାଧୀନତା ଦିବସ। ସାରା ଦେଶରେ ଉତ୍ସାହ, ଉଦ୍ଦୀପନାରେ ପାଳନ ହେଉଛି ଦିବସ। ପଲ୍ଲୀରୁ ଦିଲ୍ଲୀ ସବୁଠି ସ୍ବାଧୀନତା ଦିବସ ପାଳନର ମାହୋଲ। ଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ପରେଡ ଉତ୍ସବରେ ଦେଶ ଦେଖାଇବ ଦମ୍। ଚଳିତ ବର୍ଷର ଥିମ ରହିଛି ବନ୍ଦେ ମାତରଂର ୧୫୦ ବର୍ଷ। କଡା ସୁରକ୍ଷା ବଳୟରେ ରହିଛି ଦିଲ୍ଲୀ। ଆଜି ପ୍ରଥମ ଥର ଲାଗି ସ୍ବାଧୀନତା ଦିବସ ଉତ୍ସବରେ ଗାନ କରାଯିବ ବନ୍ଦେ ମାତରଂ। ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବେ ଉଦବୋଧନ। ଦେଶର ପ୍ରାୟ ୫ ହଜାର ଅତିଥି ଉତ୍ସବରେ ସାମିଲ ହେବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media