biju patnaik international airport: ବିଜୁ ପଟ୍ଟନାୟକ ‌ବିମାନବନ୍ଦର ସେବାକୁ ନେଇ ବଢ଼ୁଛି ବିବାଦ: ବିମାନ ବାତିଲ ପରେ ମହିଳାଙ୍କ ହଙ୍ଗାମା

Aug 15, 2026 - 08:41
biju patnaik international airport: ବିଜୁ ପଟ୍ଟନାୟକ ‌ବିମାନବନ୍ଦର ସେବାକୁ ନେଇ ବଢ଼ୁଛି ବିବାଦ: ବିମାନ ବାତିଲ ପରେ ମହିଳାଙ୍କ ହଙ୍ଗାମା

"ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦର ଅନ୍ତର୍ଜାତୀୟ ମାନ୍ୟତା ପାଇଛି।

କିନ୍ତୁ ଏଠାରୁ ଅନ୍ତର୍ଜାତୀୟ ବିମାନ ସେବାକୁ ୬ ମାସରୁ ଅଧିକ ହେଲାଣି ବନ୍ଦ କରି ଦିଆଯାଇଛି।

ପାଶ୍ଚାତ୍ୟ ଦେଶରେ ଯୁଦ୍ଧ ପରଠୁ ବିଦେଶକୁ ବିମାନ ଉଡ଼ୁନି।

ସେପଟେ ବିନା ପୂର୍ବ ସୂଚନାରେ ବିମାନ ସେବା ବାତିଲ କରି ଦିଆଯାଉଛି।

ଯାତ୍ରୀମାନେ କଲବଲ ହେଉଛନ୍ତି।

ଏଣୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସେବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି।

ଯାତ୍ରୀ ଅସନ୍ତୋ‌ଷ ତୀବ୍ର ହେବାରେ ଲାଗିଛି।

ଯାହାର ପ୍ରତିଫଳନ ଗତକାଲି ଦେଖିବାକୁ ମିଳିଛି।

କୋଲକାତାର ଜଣେ ମହିଳା ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦର ପରିସରରେ ହଙ୍ଗାମା କରିଛନ୍ତି।

କାଗଜପତ୍ର ଫିଙ୍ଗାଫୋପଡ଼ା କରିବା ସହ ଏଭଳି ଯାତ୍ରୀଙ୍କୁ ହଇରାଣ କରିବା ବନ୍ଦ କରନ୍ତୁ ବୋଲି ଦାବି କରିଛନ୍ତି।

ଅନ୍ୟ ଯାତ୍ରୀମାନେ ବି ମହିଳାଙ୍କୁ ସମର୍ଥନ ଜଣାଇ ପ୍ରବଳ ପାଟିତୁଣ୍ଡ କରିଛନ୍ତି।Advertisment The tricolor capital: ତ୍ରିରଙ୍ଗାମୟ ରାଜଧାନୀ ୬ ମାସ ହେଲାଣି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ଗତକାଲି ସଂଧ୍ୟା ପ୍ରାୟ ୬ଟାରେ ଇଣ୍ଡିଗୋ ବିମାନ ଭୁବନେଶ୍ବରରୁ କୋଲକାତା ଯିବାର ଥିଲା।

ଏଥିରେ ୬୦ଜଣ ଯାତ୍ରୀ ଟିକେଟ୍‌ କରିଥିଲେ।

କୋଲକାତାର ମାମୁନି ଖରାଟ୍‌(୨୬) ବି ଭୁବନେଶ୍ବରରୁ କୋଲକାତା ଯିବା ପାଇଁ ଇଣ୍ଡିଗୋର ଏହି ବିମାନରେ ଟିକେଟ୍‌ କରିଥିଲେ।

ପୁଅ ଦେହ ସଂକଟାପନ୍ନ ଥିବାରୁ ସେ ଜରୁରୀକାଳୀନ ଭିତ୍ତିରେ ଟିକେଟ୍‌ ବୁକିଂ କରିଥିଲେ।

କିନ୍ତୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲା ବେଳକୁ ତାଙ୍କ ବିମାନ ବାତିଲ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

ଏହାକୁ ନେଇ ପ୍ରବଳ ଉତ୍‌କ୍ଷିପ୍ତ ହୋଇଥିଲେ ମହିଳା ଯାତ୍ରୀ।

ବିମାନବନ୍ଦର ପରିସରରେ ପାଟିତୁଣ୍ଡ କରିବା ସହ ଫିଙ୍ଗାଫୋପଡ଼ା କରିଥିଲେ।

ପରେ ବିମାନବନ୍ଦର ପୁଲିସ ପହଞ୍ଚି ମହିଳାଙ୍କୁ ଅଟକ ରଖିଥିଲା।

ବିଳମ୍ବିତ ରାତିରେ ମହିଳାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ଛଡ଼ାଯାଇଛି।

ସେ ଦିଲ୍ଲୀରୁ ଅନ୍ୟ ଏକ ବିମାନରେ କୋଲକାତା ଯାଇଛନ୍ତି।

ମହିଳା ଜଣକ କହିଛନ୍ତି, ‌ତାଙ୍କୁ ବିମାନ ବାତିଲ ସଂପର୍କରେ ପୂର୍ବ ସୂଚନା ଦିଆଯାଇ ନଥିଲା।

Independence Day 2026: ଲାଲକିଲ୍ଲାର ପ୍ରାଚୀରରୁ ଇତିହାସ ସୃଷ୍ଟି କରିବେ ପ୍ରଧାନମନ୍ତ୍ରୀ ମୋଦୀ  ସେ ପହଞ୍ଚିଲା ବେଳକୁ ବିମାନ ବାତିଲ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

ସେପଟେ ଇଣ୍ଡିଗୋ ରି‌ସେପ୍ସନ୍‌ରେ ଥିବା କର୍ମଚାରୀଙ୍କୁ ପଚାରିବାକୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ।

ଖାମଖିଆଲ ବ୍ୟବହାର ପ୍ରଦର୍ଶନ କରିଥିଲେ।

ମୁଁ ପୁଅ ଦେହ ଖରାପ ଥିବାରୁ ଯାଉଥିଲି।

ଯଦି ପୂର୍ବ ସୂଚନା ମିଳିଥା"ନ୍ତା, ଅନ୍ୟ କିଛି ବ୍ୟବସ୍ଥା କରିଥା"ନ୍ତି।

କିନ୍ତୁ ସେଭଳି କିଛି ହୋଇପାରିଲାନି।

ଆଗକୁ ଏଭଳି ଯାତ୍ରୀଙ୍କ ସହ କରା ନଯାଉ।

ଅପରପକ୍ଷେ ବିମାନବନ୍ଦର କର୍ତ୍ତୃପକ୍ଷ ମହିଳାଙ୍କ ନାମରେ ଏୟାରପୋର୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏୟାରପୋର୍ଟ ଥାନା ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରିବା ସହ ଅସୁବିଧାକୁ ଦୃଷ୍ଟିରେ ରଖି ମହିଳାଙ୍କୁ ନୋଟିସ୍‌ ଦେଇ ଛାଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media