ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଭକ୍ତି ଓ ଉତ୍ସାହରେ ପାଳନ ହେଉଛି ଗଣେଶ ପୂଜା

Sep 14, 2026 - 09:59
ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଭକ୍ତି ଓ ଉତ୍ସାହରେ ପାଳନ ହେଉଛି ଗଣେଶ ପୂଜା

ନନ୍ଦିଘୋଷ ବ୍ୟୁରୋ : ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ। ବିଘ୍ନ ବିନାଶକ, ବିଦ୍ୟାର ଦେବତା ତଥା ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ସାରା ଦେଶ। ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନରେ ଭକ୍ତି ଓ ଶ୍ରଦ୍ଧାର ସହ ଗଣେଶ ପୂଜା ପାଳନ କରାଯାଉଛି। ଆଲୋକମାଳାରେ ସଜେଇ ହୋଇଥିବା ତୋରଣ ଓ ସୁସଜ୍ଜିତ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ମନ୍ତ୍ରପାଠ ଓ ଘଣ୍ଟଘଣ୍ଟାର ଧ୍ୱନିରେ ମୁଖରିତ ହେଉଛି ପରିବେଶ। କେବଳ ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଗଣେଶ ଉତ୍ସବକୁ ଭକ୍ତି ଓ ଉତ୍ସାହର ସହ ପାଳନ କରାଯାଉଛି। ବିଶେଷକରି ମହାରାଷ୍ଟ୍ର ସମେତ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)