ଆଜିଠୁ ଐତିହାସିକ କଟକ ବାଲିଯାତ୍ରା; ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Nov 24, 2026 - 11:44
ଆଜିଠୁ ଐତିହାସିକ କଟକ ବାଲିଯାତ୍ରା; ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଆଜିଠୁ ଐତିହାସିକ ବାଲିଯାତ୍ରା। ଐତିହାସିକ କଟକ ବାଲିଯାତ୍ରା-୨୦୨୬କୁ ଉଦ୍‌ଘାଟନ କରିବାକୁ ଆଜି କଟକ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ କଟକରେ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉପସ୍ଥିତ ରହିବେ। ସନ୍ଧ୍ୟା ୫ଟା ୩୦ରେ ବୋଇତବନ୍ଦାଣ ପରେ ବାଲିଯାତ୍ରା ଉଦ୍‌ଘାଟନ କରାଯିବ। ରାଷ୍ଟ୍ରପତିଙ୍କ ଆଗମନ, ବୋଇତ ବନ୍ଦାଣ, ବାଲିଯାତ୍ରା ପଡ଼ିଆ ପରିଦର୍ଶନ ଓ ଉଦ୍‌ଘାଟନୀ ସମାରୋହକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ଏବଂ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

ବାଲିଯାତ୍ରା ସାଂସ୍କୃତିକ ମଞ୍ଚକୁ ଆକର୍ଷଣୀୟ କରିବା ପାଇଁ ବଲିଉଡ୍‌ ଓ ଓଲିଉଡ୍‌ କଣ୍ଠଶିଳ୍ପୀଙ୍କ ଦ୍ବାରା ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି। ଏଥର ଉଭୟ ତଳ ଓ ଉପର ପଡ଼ିଆରେ ଯାତ୍ରା ଆୟୋଜନ ହେଉଥିବାରୁ ଷ୍ଟଲ୍‌ ସଂଖ୍ୟା ମଧ୍ୟ ବଢ଼ିଛି । ୨ ହଜାରରୁ ଅଧିକ ଷ୍ଟଲ୍‌ ଖୋଲୁଛି। ଦୋଳି, ହସ୍ତତନ୍ତ, ଓରମାସ୍‌, ଠୁଙ୍କାପୁରୀ, ଦହିବରା ଇତ୍ୟାଦି ଆକର୍ଷଣ ପାଲଟିବ। ଟାଇଟାନିକ୍‌ ଜାହାଜର ପ୍ରତିକୃତି, ଜାପାନ ସିଟି ଓ ଭେନିସ୍‌ ସିଟି ଲୋକମାନଙ୍କୁ ଅଧିକ ଆକୃଷ୍ଟ କରିବ। ବାଲି ଓ କଳିଙ୍ଗ ନୌବାଣିଜ୍ୟ ସଂପର୍କକୁ ନେଇ ପ୍ରସ୍ତୁତ ହୋଇଥିବା କଟକ ଇନ୍‌ କଟକ ମଧ୍ୟ ଲୋକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ରହିବ । 

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯାତାୟାତ, ସୁରକ୍ଷା ଓ ସମନ୍ୱୟକୁ ନେଇ ପୁଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି । ପଡ଼ିଆରେ ଭିଡ଼ ନିୟନ୍ତ୍ରଣ, ଆଗମନ ଓ ପ୍ରସ୍ଥାନ ବ୍ୟବସ୍ଥା, ପୁଲିସ ମୁତୟନ ଏବଂ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତୀୟ ନୌସେନା, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ କୁ ନେଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ବୋଟ୍‌ କ୍ଲବ୍‌ରେ ବ୍ୟାପକ ଆୟୋଜନ ହୋଇଛି। ଏକ କୋଠରିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇ ଭିଆଇପି ଲାଉଞ୍ଜ୍‌ରେ ରୂପାନ୍ତରିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିଲଭର ସିଟି ବୋଟ୍ କ୍ଲବ୍ ରୁ ଡଙ୍ଗାରେ ମହାନଦୀ ପାର ହୋଇ ବାଲିଯାତ୍ରା ପଡ଼ିଆରେ ପହଞ୍ଚିବେ। ଏଥିପାଇଁ ‘କଳିଙ୍ଗ ତରଙ୍ଗିଣୀ’ ନାମକ ଡଙ୍ଗାକୁ ପ୍ରସ୍ତୁତ କରାଯାଉଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)