29 OCTOBER 2026

Welcome!

Unlock your personalized experience.
Sign Up

‘ଅର୍ଣ୍ଣବ’ ଝଟ୍‌କା: ବୁଡ଼େଇଲା, ଉଡ଼େଇଲା, ଭାଙ୍ଗିଲା

Oct 29, 2026 - 08:22
‘ଅର୍ଣ୍ଣବ’ ଝଟ୍‌କା: ବୁଡ଼େଇଲା, ଉଡ଼େଇଲା, ଭାଙ୍ଗିଲା

ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ର ପ୍ରତିକୂଳ ପ୍ରଭାବ ଆଜି ଭୁବନେଶ୍ବରରେ ଅନୁଭୂତ ହୋଇଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ମାଡ଼ ଆଜି ରାଜଧାନୀ ଭୁବନେଶ୍ବରର ଜନଜୀବନକୁ ଗୁରୁତର ପ୍ରଭାବ ପକାଇଛି। ‘ଅର୍ଣ୍ଣବ’ର ୧୫ ମିନିଟ୍‌ର ଝଟ୍‌କା ପବନ ମାଡ଼ରେ ଅନେକ ଅଞ୍ଚଳରେ ଗଛ ସବୁ ଭାଙ୍ଗିଛି ଓ ଉପୁଡ଼ିଛି। ବିଜୁଳି ଖୁଣ୍ଟ ବି ଭାଙ୍ଗିଛି ଓ ଉପୁଡ଼ିଛି। ଯାହା ଗମନାଗମନ ସହ ବିଜୁଳି ସେବାକୁ ଗୁରୁତର ପ୍ରଭାବିତ କରିଛି। ଲୋକେ ଯାଆସରେ ଅସୁବିଧା ଭୋଗିଛନ୍ତି।ସେପଟେ ଗଛ କାଟି ଗମନାଗମନକୁ ସ୍ବାଭାବିକ କରାଯାଇଥିଲେ ବି ଏବେ ବି ଅନେକ ଅଞ୍ଚଳରେ ବିଜୁଳି ସେବା ସ୍ବାଭାବିକ ହୋଇପାରିନି। ନୂଆପଲ୍ଲୀ, ବମିଖାଲ, ଝାରପଡ଼ା, କଳିଙ୍ଗନଗର ଆଦି ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜୁଳି ସେବା ବନ୍ଦ ରହିଛି ।

MLC Election: କର୍ଣ୍ଣାଟକ ଏମ୍‌ଏଲ୍‌ସି ନିର୍ବାଚନରେ ବିଜେପିର ବଡ଼ ବିଜୟ ପରେ ଡିକେ ଶିବକୁମାରଙ୍କୁ କଟାକ୍ଷ

‘ଅର୍ଣ୍ଣବ’ ପ୍ରଭାବରେ ଗତକାଲିଠାରୁ ଭୁବନେଶ୍ବରରେ ଲଗାଣ ବର୍ଷା ଲାଗି ରହିଛି। ଆଜି ସକାଳୁ ବି ପାଗ ମେଘୁଆ ରହିବା ସହ ଲଗାଣ ବର୍ଷା ଜାରି ରହିଥିଲା। ହାଲୁକା ପବନ ସାଙ୍ଗକୁ କେତେବେଳେ ଜୋର ତ କେତେବେଳେ ଝିପିଝିପି ବର୍ଷା ହେଉଥିଲା। କିନ୍ତୁ ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ହଠାତ୍‌ ପବନର ବେଗ ବଢ଼ିଥିଲା। ଘଣ୍ଟାପ୍ରତି ୭୨ କିଲୋମିଟର ବେଗରେ ପବନ ବହିଥିଲା। ମାତ୍ର ୧୫ ମିନିଟ୍‌ର ଏହି ତାଣ୍ଡବରେ ସହର ସାରା ଗଛ ସବୁ ଉପୁଡ଼ି ରାସ୍ତାକୁ ଅବରୋଧ କରି ରଖିଥିଲା। ପଟିଆ-ନନ୍ଦନକାନନ ରାସ୍ତା, ସତ୍ୟବିହାର, ଜୟଦେବବିହାର ସର୍ଭିସ୍‌ ରୋଡ୍‌, କେ-୨, ସହିଦନଗର, ଦୟା ୱେଷ୍ଟ କେନାଲ୍‌ ରୋଡ୍‌, ଲିଙ୍ଗିପୁର କେନାଲ୍‌ ରାସ୍ତାରେ ଅନେକ ସ୍ଥାନରେ ଗଛ ସବୁ ଭାଙ୍ଗି ରାସ୍ତାଘାଟ ଅବରୋଧ କରିଥିଲା। ଅନେକ ଜାଗାରେ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ି ରାସ୍ତାରେ ପଡ଼ିଥିଲା ଓ ଅନେକ ସ୍ଥାନରେ ଏବେ ବି ଗଛ ସବୁ ଉପୁଡ଼ି ନଥିଲେ ବି ରାସ୍ତାକୁ ଶୋଇ ରହିଥିଲା। ଜଟଣୀରେ ବି ଅନେକ ସ୍ଥାନରେ ଗଛପତ୍ର ସବୁ ଭାଙ୍ଗିଯାଇଥିଲା।

୧୫ ମିନିଟ୍‌ ୭୨ କିମି ବେଗରେ ପବନ ପିଟିଲା
ଗଛ ପଡ଼ି ବିଜୁଳି ସେବା ବନ୍ଦ, ଗାଡ଼ିମୋଟର ଭାଙ୍ଗିଲା
ଏବେ ବି ଅନ୍ଧାରରେ ଅନେକ ଅଞ୍ଚଳ
ରାସ୍ତା ଅବରୋଧ, ଯାତାୟାତ ପ୍ରଭାବିତ

ଯାହାଗମନାଗମନକୁ ପ୍ରଭାବିତ କରିବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିଥିଲା। ବିଜୁଳି ସେବାକୁ ଅଧିକ ପ୍ରଭାବିତ କରିଥିଲା। ଏହି ଅଞ୍ଚଳରେ ଘଣ୍ଟା ଘଣ୍ଟା ବିଜୁଳି ସେବା ବନ୍ଦ ରହିଥିଲା। ସହିଦନଗରରେ ଗଛପଡ଼ି କାର୍‌ ଓ ଅନ୍ୟ ଗାଡ଼ି‌ମୋଟର ସବୁ ଚୁରମାର ହୋଇଯାଇଥିଲା। ବର୍ଷା ଓ ପବନ କମିବା ପରେ ଭୁବନେଶ୍ବର ମହାନଗର ନିଗମର ସ୍ବତନ୍ତ୍ର ଦଳ ଅଗ୍ନିଶମ ବାହିନୀଙ୍କ ଜରିଆରେ ଏହି ଗଛ ସବୁ କାଟି ବାହାର କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି।

Mountaineering Training ୧୬,୫୦୦ ଫୁଟ୍ ଉଚ୍ଚତାରେ ପହଞ୍ଚିଲେ ମ୍ୟୁନିସିପାଲ କଲେଜ ଏନ୍‌ସିସି କ୍ୟାଡେଟ୍‌ ରୋଜାଲିନ୍‌

ସେପଟେ ଆଜିର ଲଗାଣ ବର୍ଷାରେ ଭୁବନେଶ୍ବରର ଅନେକ ଅଞ୍ଚଳର ରାସ୍ତାଘାଟ ଜଳମଗ୍ନ ହୋଇଛି। ରସୁଲଗଡ଼, ବମିଖାଲ, ସତ୍ୟବିହାର, ସିଟି ୱମେନ୍ସ କଲେଜ, ଇସ୍କନ୍‌, ‌ଅଶୋକନଗର, ଶାସ୍ତ୍ରୀନଗର ଟ୍ରାଫିକ୍‌ ଛକରେ ରାସ୍ତାରେ ବର୍ଷା ଓ ନାଳର ଆବର୍ଜନା ଜଳ ଲହଡ଼ି ମାରିଛି। ତଳିଆ ଅଞ୍ଚଳ ସବୁ ଏବେ ବି ଜଳବନ୍ଦି ଅବସ୍ଥାରେ ରହିଛି। ଭୁବନେଶ୍ବର ମହାନଗର ନିଗମର ରାପିଡ୍‌ ଆକ୍ସନ୍‌ ଟିମ୍‌ ପାଣି ପମ୍ପ ଜରିଆରେ ଏହି ପାଣିକୁ ଖାଲି କରିଛନ୍ତି। ଯେଉଁ ସ୍ଥାନରେ ନିଷ୍କାସନରେ ସମସ୍ୟା ରହିଥିଲା, ସେଠାରୁ ଅଳିଆ ଓ ଆବର୍ଜନା ସଫା କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)