Sonia Gandhi Book: ରାଜୀବ ଗାନ୍ଧୀଙ୍କୁ PM କରିବାକୁ ଚାହୁଁନଥିଲେ ସୋନିଆ!, ବହିରେ ଖୋଲିବେ ଜୀବନର ଅନେକ ଗୁମର

Oct 29, 2026 - 08:06
Sonia Gandhi Book: ରାଜୀବ ଗାନ୍ଧୀଙ୍କୁ PM କରିବାକୁ ଚାହୁଁନଥିଲେ ସୋନିଆ!, ବହିରେ ଖୋଲିବେ ଜୀବନର ଅନେକ ଗୁମର

ନୂଆଦିଲ୍ଲୀ: କାହା ପାଇଁ ରାଜନୀତି ହେଉଛି କ୍ଷମତାର ଖେଳ, ତ ଆଉ କାହା ପାଇଁ ଏହା ଜୀବନର ସବୁଠୁ ବଡ଼ ପରୀକ୍ଷା।

ଆଉ ଯେତେବେଳେ ଜୀବନସାଥୀଙ୍କ ମୁଣ୍ଡରେ ଦେଶର ସର୍ବୋଚ୍ଚ ରାଜନୈତିକ ପଦବୀର ମୁକୁଟ ପିନ୍ଧାଇବା କଥା ଆସେ, ସେତେବେଳେ ଜଣେ ପତ୍ନୀଙ୍କ ମନରେ କ'ଣ ଚାଲିଥାଏ?

ଏହାର ଉତ୍ତର ଏବେ ଦେଇଛନ୍ତି ସୋନିଆ ଗାନ୍ଧୀ।

ସେ କହିଛନ୍ତି, ସେ କେବେ ବି ଚାହୁଁନଥିଲେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ।

ସୋନିଆ ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ, ଯେତେବେଳେ ମୋ ସ୍ବାମୀଙ୍କୁ ପ୍ରଧନମନ୍ତ୍ରୀ ପଦ ଗ୍ରହଣ କରିବାକୁ କୁହାଯାଇଥିଲା ସେତେବେଳେ ମୁଁ ତାର ସମ୍ପୂର୍ଣ୍ଣ ବିରୋଧରେ ଥିଲି ।

ତାଙ୍କର ଏହି ଖୁଲାସା ଏବେ ଚର୍ଚ୍ଚାକୁ ଆସିଛି।

ନିଜ ଜୀବନର ଅନେକ ଅକୁହା କଥାକୁ ସାମ୍ନାକୁ ଆଣିବାକୁ ଯାଉଛନ୍ତି ସୋନିଆ।

ଏଥିପାଇଁ ସେ ଲେଖିଛନ୍ତି ନିଜ ପୁସ୍ତକ 'ବିଲଙ୍ଗିଙ୍ଗ୍‌: ଏ ଜର୍ଣ୍ଣି ଅଫ୍ ଲଭ୍'।

Advertisment ଏହି ପୁସ୍ତକରେ ନେହରୁ-ଗାନ୍ଧୀ ପରିବାରର ଅନେକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ, ପରିବାରକୁ ଦୋହଲାଇ ଦେଇଥିବା ବିଭିନ୍ନ ଦୁଃଖଦ ଘଟଣା ପ୍ରଭୃତିକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି ସୋନିଆ ।

ସୋନିଆ ଗାନ୍ଧୀଙ୍କ କହିବା ଅନୁସାରେ, ଦୀର୍ଘ ଦଶନ୍ଧି ଧରି ଅନ୍ୟମାନେ ତାଙ୍କ ଜୀବନର କାହାଣୀ କହି ଆସିଛନ୍ତି।

ହେଲେ ସେଥିରୁ ଅନେକ କଥା ସତ ନଥିଲା।

କିଛି କଥାକୁ ମନଗଢ଼ା ଭାବେ ଲେଖାଯାଇଥିଲା, ଆଉ କିଛି ଘଟଣାକୁ ବଢ଼ାଇ ଚଢ଼ାଇ ଉପସ୍ଥାପନ କରାଯାଇଥିଲା।

ତେଣୁ ଏବେ ନିଜ ଜୀବନର ସତ୍ୟ ଘଟଣାକୁ ନିଜ ଢଙ୍ଗରେ କହିବାକୁ ଚାହୁଁଛନ୍ତି ସେ।

ଏହାକୁ ସେ ନିଜର ଭର୍ସନ ନୁହେଁ, ବରଂ ନିଜ କାହାଣୀ ବୋଲି କହିଛନ୍ତି।

ତାଙ୍କ କଥା ଶୁଣି କେହି ତାଙ୍କ ବିଷୟରେ ନିଜ ମତ ବଦଳାଇ ପାରନ୍ତି, ଆଉ କେହି ହୁଏତ ଆହୁରି ନକାରାତ୍ମକ ଧାରଣା ରଖିପାରନ୍ତି।

କିନ୍ତୁ ସାର୍ବଜନୀନ ଜୀବନରେ ଏସବୁ ସ୍ୱାଭାବିକ ବୋଲି କହିଛନ୍ତି ସୋନିଆ।

Sonia Gandhi: ରାଜୀବ ଗାନ୍ଧୀଙ୍କ ସହ ପ୍ରଥମ ସାକ୍ଷାତର କାହାଣୀ ବଖାଣିଲେ ସୋନିଆ ତେବେ ଏହି ପୁସ୍ତକରେ କେବଳ ରାଜନୀତି ନୁହେଁ, ରହିଛି ପ୍ରେମର କାହାଣୀ ମଧ୍ୟ।

କେମ୍ବ୍ରିଜ୍‌ର ଏକ ଛୋଟ ଗ୍ରୀକ୍ ରେଷ୍ଟୁରାଣ୍ଟରୁ ଆରମ୍ଭ ହୋଇଥିଲା ସୋନିଆ ଓ ରାଜୀବଙ୍କ ପ୍ରେମଯାତ୍ରା।

ଏକାଠି ହସ, ଖୁସି ଓ ଅନେକ ସ୍ମୃତିକୁ ନେଇ ଦୁହେଁ ଗଢ଼ିଥିଲେ ନିଜର ଏକ ଦୁନିଆ।

ଖାଲି ଏତିକି ନୂହେଁ ଏବେ ସେହି ଦୁନିଆର ଅନେକ ଅକୁହା କଥା ପାଠକଙ୍କ ସହ ବାଣ୍ଟିବାକୁ ଯାଉଛନ୍ତି ସୋନିଆ।

ଆସନ୍ତା ନଭେମ୍ବର ୧୦ରେ ଏହି ପୁସ୍ତକ ଉନ୍ମୋଚନ ହେବାକୁ ଥିବାବେଳେ ଏହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର୍ ଧରିଛି।

ଜୀବନ ତାଙ୍କୁ ଅନେକ ଦୁଃଖ ଦେଇଛି, ଛଡ଼ାଇ ନେଇଛି ତାଙ୍କ ଜୀବନର ସବୁଠୁ ମୂଲ୍ୟବାନ ସମ୍ପର୍କ।

ହେଲେ ଏତେ ଝଡ଼ଝଞ୍ଜା ପରେ ବି ହାର୍ ମାନିନାହାନ୍ତି ସୋନିଆ ଗାନ୍ଧୀ।

ଆଖିର ଲୁହକୁ ଛାତିରେ ଚାପି, ଦୁଃଖକୁ ଶକ୍ତି କରି ସେ ଆଜି ବି ଆଗକୁ ବଢ଼ିଚାଲିଛନ୍ତି।

ଜୀବନର ପ୍ରତିଟି ପରୀକ୍ଷାକୁ ସାହସର ସହ ସାମ୍ନା କରିଛନ୍ତି।

ଜଣେ ବୋହୂ, ପତ୍ନୀ, ଜଣେ ମାଆ ଏବଂ ଜଣେ ଦୃଢ଼ ମହିଳା ଭାବେ ତାଙ୍କର ଏହି ଯାତ୍ରା ଅନେକଙ୍କ ପାଇଁ ପ୍ରେରଣା।

ନିଜ ଜୀବନର ସେହି ଅକୁହା ଯନ୍ତ୍ରଣା ଓ ସଂଘର୍ଷର କାହାଣୀକୁ ବିଲଙ୍ଗିଙ୍ଗ୍‌: ଏ ଜର୍ଣ୍ଣି ଅଫ୍ ଲଭ୍' ପୁସ୍ତକ ଜରିଆରେ ସାମ୍ନାକୁ ଆଣିବାକୁ ଯାଉଛନ୍ତି ସୋନିଆ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)