03 AUGUST 2026

Welcome!

Unlock your personalized experience.
Sign Up

୮୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ୨୪ ବର୍ଷୀୟ ଯୁବକ, ପଢ଼ନ୍ତୁ ଭାଇରାଲ ପ୍ରେମ କାହାଣୀ

Aug 03, 2026 - 22:09
୮୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ୨୪ ବର୍ଷୀୟ ଯୁବକ, ପଢ଼ନ୍ତୁ ଭାଇରାଲ ପ୍ରେମ କାହାଣୀ

ନୂଆଦିଲ୍ଲୀ: ପ୍ରେମ କେତେବେଳେ ଏବଂ କାହାସହ ହୁଏ ତାହା ଜଣାନଥାଏ । ପ୍ରେମ ଦେଖେନା ଜାତି ଅଜାଜି କି ବୟସର ତାରତମ୍ୟ । ସେଥି ପାଇଁ ତ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ଯାହାର ଅନେକ ଉଦାହରଣ ଆପଣମାନେ କାହାଣୀ, ସିନେମା ଏବଂ ଗପରେ ମାଧ୍ୟମରେ ଜାଣିଛନ୍ତି । ହେଲେ ବାସ୍ତବ ଜୀବନରେ ଏମିତି ଏକ ପ୍ରେମ କାହାଣୀ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଜଣେ ୮୧ ବର୍ଷୀୟ ବୃଦ୍ଧା ଏବଂ ୨୪ ବର୍ଷୀୟ ଯୁବକଙ୍କ ଅନନ୍ୟ ପ୍ରେମ କାହାଣୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ମତମାନ ପ୍ରକାଶ କରୁଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by AR noticias (@ar_noticias)

କୁହାଯାଏ "ପ୍ରେମ ଶାଶ୍ୱତ, ଏହାର ନା କୌଣସି ସୀମା ଥାଏ ନା ଥାଏ ବୟସର ବନ୍ଧନ।" ଏହି କଥାଟିକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ଜଣେ ୮୧ ବର୍ଷୀୟା ବୃଦ୍ଧା ଓ ୨୪ ବର୍ଷର ଯୁବକ। ଦୁହିଁଙ୍କ ମଧ୍ୟରେ ୫୭ ବର୍ଷର ବିଶାଳ ବୟସ ପାର୍ଥକ୍ୟ ଥିଲେ ସୁଦ୍ଧା, ଦୁହେଁ ନିଜ ପ୍ରେମ ସମ୍ପର୍କକୁ ନେଇ ବେଶ୍ ଖୁସି ଅଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶ ସେନେଗାଲରୁ (Senegal) ସାମ୍ନାକୁ ଆସିଥିବା ଏହି ଅଜବ ପ୍ରେମ କାହାଣୀର ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ସୋସିଆଲ ମିଡିଆରେ କାହିଁକି ହେଉଛି ଚର୍ଚ୍ଚା?

ସାମ୍ନାକୁ ଆସିଥିବା ଭିଡିଓରେ ୮୧ ବର୍ଷୀୟା ବୃଦ୍ଧା ଜଣକ ନିଜର ୨୪ ବର୍ଷୀୟ ପ୍ରେମିକଙ୍କ ସହ ବେଶ୍ ଭାବପ୍ରବଣ ଓ ଆତ୍ମୀୟ ମୁହୂର୍ତ୍ତ ବିତାଉଥିବାର ଦେଖିବାକୁ ମିଳୁଛି। ଦୁହିଁଙ୍କ ମଧ୍ୟରେ ଥିବା ବୋଣ୍ଡିଂ ଓ କେମିଷ୍ଟ୍ରି ଦେଖି ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓଟି ଲକ୍ଷ ଲକ୍ଷ ଭ୍ୟୁ (Views) ପାଇସାରିଲାଣି।

କିଛି ଲୋକଙ୍କ କହିବା କଥା ଯେ,"ପ୍ରେମରେ ବୟସ କେବଳ ଗୋଟିଏ ସଂଖ୍ୟା ମାତ୍ର  ଯଦି ଦୁହେଁ ପରସ୍ପରକୁ ଭଲପାଉଛନ୍ତି ଏବଂ ଖୁସିରେ ଅଛନ୍ତି,ତେବେ ଅନ୍ୟମାନଙ୍କୁ କିଛି କହିବାର ଅଧିକାର ନାହିଁ ।" ଅନ୍ୟପଟେ କିଛି ଲୋକ ଏହି ସମ୍ପର୍କକୁ ନେଇ କଟାକ୍ଷ କରିଛନ୍ତି । କେତେକ ଏହାକୁ କେବଳ ସୋସିଆଲ ମିଡିଆରେ ପବ୍ଲିସିଟି ଓ ଭ୍ୟୁ ପାଇବାର ଷ୍ଟଣ୍ଟ ବୋଲି କହିଛନ୍ତି।

ସମାଲୋଚନା ସତ୍ତ୍ୱେ, ଏହି ଯୋଡ଼ି ଲୋକଙ୍କ କଥାକୁ ଆଦୌ ଖାତିର କରନ୍ତି ନାହିଁ। ସେମାନଙ୍କ କହିବାନୁସାରେ, ସେମାନେ ପରସ୍ପର ସହ ସମୟ ବିତାଇବାକୁ ପସନ୍ଦ କରନ୍ତି ଏବଂ ସେମାନଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ସଚ୍ଚୋଟ। ଆଜିକାଲି ସୋସିଆଲ ମିଡିଆ ଯୁଗରେ ଏପରି ଅଜବ ଓ ଆଶ୍ଚର୍ଯ୍ୟଜନକ ସମ୍ପର୍କର କାହାଣୀ ପ୍ରାୟତଃ ସାମ୍ନାକୁ ଆସୁଥିବା ବେଳେ, ଏହି ୮୧ ବର୍ଷୀୟା ବୃଦ୍ଧା ଓ ୨୪ ବର୍ଷୀୟ ଯୁବକଙ୍କ ପ୍ରେମ କାହାଣୀ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।