03 AUGUST 2026

Welcome!

Unlock your personalized experience.
Sign Up

EPFOର ବଡ଼ ନିଷ୍ପତ୍ତି : ୧୫,୦୦୦ ରୁ ବୃଦ୍ଧି ହୋଇ ୨୫,୦୦୦ ହେଲା ପ୍ରୋଭିଡେଣ୍ଟ ଫଣ୍ଡ ସୀମା

Aug 03, 2026 - 22:31
EPFOର ବଡ଼ ନିଷ୍ପତ୍ତି :  ୧୫,୦୦୦ ରୁ ବୃଦ୍ଧି ହୋଇ ୨୫,୦୦୦ ହେଲା ପ୍ରୋଭିଡେଣ୍ଟ ଫଣ୍ଡ ସୀମା
  • ଅର୍ଥ ମନ୍ତ୍ରଣାଳୟ EPFର ବାଧ୍ୟତାମୂଳକ ଦରମା ସୀମାକୁ ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବଢ଼ାଇବାକୁ ଅନୁମୋଦନ କରିଛି
  • ଏହି ପରିବର୍ତ୍ତନ ପରେ ମାସିକ ୧୫,୦୦୦ରୁ ୨୫,୦୦୦ ଟଙ୍କା ମଧ୍ୟରେ ଦରମା ପାଉଥିବା କର୍ମଚାରୀମାନେ ମଧ୍ୟ EPF ଓ ପେନ୍ସନ୍ ଯୋଜନାର ବାଧ୍ୟତାମୂଳକ କଭରେଜ୍ରେ ଆସିବେ
  • EPFO ଡିଜିଟାଲ୍ ସେବାକୁ ଅଧିକ ସୁଦୃଢ଼ କରୁଛି, ଭବିଷ୍ୟତରେ UPI ଓ ATM ମାଧ୍ୟମରେ PF ଟଙ୍କା ଉଠାଇବାର ସୁବିଧା ଉପଲବ୍ଧ ହେବ

ନୂଆଦିଲ୍ଲୀ,୦୩/୦୮: ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଏକ ସ୍ୱାଗତଯୋଗ୍ୟ ଖବର ରହିଛି। ଅର୍ଥ ମନ୍ତ୍ରଣାଳୟ ବାଧ୍ୟତାମୂଳକ ଅବସର ପାଣ୍ଠି କଭରେଜ୍ ପାଇଁ ଦରମା ସୀମାକୁ ୧୫,୦୦୦ ରୁ ପ୍ରତି ମାସରେ ୨୫,୦୦୦ କୁ ବୃଦ୍ଧି କରିବାକୁ ଅନୁମୋଦନ କରିଛି। ଏହି ସୀମା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଅପରିବର୍ତ୍ତିତ ଥିଲା। ନୂତନ ସୀମା କାର୍ଯ୍ୟକାରୀ ହେବା ପରେ, ଅଧିକ ସଂଖ୍ୟକ ବେତନଭୋଗୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭବିଷ୍ୟନିଧି ପାଣ୍ଠି ଏବଂ ପେନସନ୍ କଭରେଜ୍ ପରିସରକୁ ଅଣାଯିବ। କ୍ୟାବିନେଟ୍ ଅନୁମୋଦନ ପରେ ନୂତନ ଦରମା ସୀମାର କାର୍ଯ୍ୟକାରୀ ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ବର୍ତ୍ତମାନ, କେବଳ ମାସିକ ୧୫,୦୦୦ ପର୍ଯ୍ୟନ୍ତ ମୂଳ ଦରମା ଥିବା କର୍ମଚାରୀମାନେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଏବଂ କର୍ମଚାରୀ ପେନସନ ଯୋଜନାରେ ବାଧ୍ୟତାମୂଳକ ଭାବରେ ଅନ୍ତର୍ଭୁକ୍ତ କରାଯାଉଛି। ଏହି ସୀମାରୁ ଅଧିକ ରୋଜଗାର କରୁଥିବା କର୍ମଚାରୀମାନେ ଏହି ଯୋଜନାର ପରିସର ବାହାରେ ରହିପାରିବେ ଏବଂ ନିଯୁକ୍ତିଦାତାମାନଙ୍କ ପାଇଁ ସେମାନଙ୍କୁ ଇପିଏଫରେ ପଞ୍ଜିକରଣ କରିବା ଆଇନଗତ ଭାବରେ ବାଧ୍ୟତାମୂଳକ ନୁହେଁ। ଏହି ସୀମା ୨୫,୦୦୦ କୁ ବୃଦ୍ଧି ହେବା ପରେ, ମାସିକ ୧୫,୦୦୦ ରୁ ୨୫,୦୦୦ ମଧ୍ୟରେ ରୋଜଗାର କରୁଥିବା କର୍ମଚାରୀମାନେ ମଧ୍ୟ ଏହି କଭରେଜ ଅଧୀନରେ ଆସିବେ। ଏହି ପରିବର୍ତ୍ତନ ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା କଭରେଜକୁ ଯଥେଷ୍ଟ ପରିମାଣରେ ବିସ୍ତାର କରିବ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ: ୮୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ୨୪ ବର୍ଷୀୟ ଯୁବକ, ପଢ଼ନ୍ତୁ ଭାଇରାଲ ପ୍ରେମ କାହାଣୀ

ଉଲ୍ଲେଖଯୋଗ୍ୟ ଯେ, ଶ୍ରମ ମନ୍ତ୍ରାଳୟ ଇପିଏଫରେ ଏବେ କିଛି ନୂଆ ପରିବର୍ତ୍ତନ କରିଛନ୍ତି। କର୍ମଚାରୀଙ୍କ ସଞ୍ଚୟ ଏବଂ ଅବସରକାଳୀନ ସୁରକ୍ଷାକୁ ଅଧିକ ସହଜ ଓ ସୁବିଧାଜନକ କରିବା ପାଇଁ Employees' Provident Fund Organisation (EPFO) ନିକଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନଗୁଡ଼ିକ ଦ୍ୱାରା ପିଏଫ୍ ଟଙ୍କା ଉଠାଇବା, ଖାତା ପରିଚାଳନା ଏବଂ ସଦସ୍ୟ ସେବା ଅଧିକ ସରଳ ହୋଇଛି।

EPFO ଡିଜିଟାଲ୍ ସେବାକୁ ବିସ୍ତାର କରୁଛି। ଭବିଷ୍ୟତରେ ସଦସ୍ୟମାନେ ୟୁପିଆଇ ଏବଂ ଏଟିଏମ୍ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇବାର ସୁବିଧା ପାଇପାରିବେ। ଏହା ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରାଯୁକ୍ତିକ ପ୍ରକ୍ରିୟା ଚାଲିଛି। EPFO ବର୍ତ୍ତମାନ ଅନେକ କ୍ଷେତ୍ରରେ ଅଟୋ-କ୍ଲେମ୍ ବ୍ୟବସ୍ଥା ବିସ୍ତାର କରିଛି। ଯୋଗ୍ୟ ସଦସ୍ୟଙ୍କ ଦାବି ଖୁବ କମ୍ ସମୟରେ ଅନୁମୋଦନ ହେଉଛି, ଫଳରେ ଟଙ୍କା ଶୀଘ୍ର ଖାତାକୁ ଆସୁଛି। ସେହିପରି ନାମ, ଜନ୍ମତାରିଖ, ଲିଙ୍ଗ, ଅଭିଭାବକଙ୍କ ନାମ ଇତ୍ୟାଦି ବ୍ୟକ୍ତିଗତ ସୂଚନାକୁ ଅନଲାଇନ୍ରେ ସଂଶୋଧନ କରିବା ପ୍ରକ୍ରିୟାକୁ ସରଳ କରାଯାଇଛି। ଅନେକ କ୍ଷେତ୍ରରେ ନିଯୁକ୍ତିଦାତାଙ୍କ ଅନୁମୋଦନର ଆବଶ୍ୟକତା ମଧ୍ୟ କମିଛି।

ଆଧାର, ପାନ୍ କାର୍ଡ ଏବଂ ବ୍ୟାଙ୍କ ଖାତା ସହିତ କେଓ୍ବାଇସି ଅପଡେଟ୍ ରହିଲେ କ୍ଲେମ୍ ଶୀଘ୍ର ପ୍ରକ୍ରିୟାକରଣ ହେଉଛି। ଇପିଏଫ ସଦସ୍ୟମାନଙ୍କୁ କେଓ୍ବାଇସି ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଉଛି। ନୂଆ ଚାକିରିରେ ଯୋଗଦେବା ପରେ PF ଖାତା ଟ୍ରାନ୍ସଫର ପ୍ରକ୍ରିୟାକୁ ସରଳ କରାଯାଇଛି। ଅନଲାଇନ୍ ଟ୍ରାନ୍ସଫର ବ୍ୟବସ୍ଥା ଅଧିକ ସୁଗମ ହୋଇଛି। ଇପିଏଫଓ ପେନ୍ସନ୍ଭୋଗୀଙ୍କ ପାଇଁ ମଧ୍ୟ ଡିଜିଟାଲ୍ ସେବାକୁ ବିସ୍ତାର କରିଛି। ଡିଜିଟାଲ୍ ଜୀବନ ପ୍ରମାଣପତ୍ର (Digital Life Certificate) ଏବଂ ପେନ୍ସନ୍ ସେବାକୁ ଅଧିକ ସହଜ କରାଯାଉଛି। ଏଥିସହିତ ମୋବାଇଲ୍ ଓ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ପାସବୁକ୍ ଦେଖିବା, ବାଲାନ୍ସ ଯାଞ୍ଚ କରିବା, ନାମାଙ୍କନ (Nomination) କରିବା ଏବଂ କ୍ଲେମ୍ର ସ୍ଥିତି ଜାଣିବା ଭଳି ସେବାକୁ ଅଧିକ ସହଜ କରିଛି।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ପୃଥିବୀରେ ଉଭା ହେବ ଆଉ ଏକ ମହାଦେଶ ‘ଆମାସିଆ’; ସଙ୍କୁଚିତ ହେବାରେ ଲାଗିଛି ପ୍ରଶାନ୍ତ ମହାସାଗର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।