ପାନବରଜ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ : ଦାଦାବଟିକୁ ନେଇ ହୋଇଥିଲା ଗୁଳିମାଡ ,୮ ଗିରଫ
ଖୋର୍ଦ୍ଧା, ୮।୩ : ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ଥିବା ପାନବରଜ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। । ଗିରଫ ଅଭିଯୁକ୍ତଙ୍କ ମଧ୍ଯରୁ ଜଣେ ଚନ୍ଦକା ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟମାନେ ଖୋର୍ଦ୍ଧା ଅଞ୍ଚଳର। ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ଖୋକା, ଗୁଳି ସହ, ୩ ଟି କାର, ୬ଟି ମୋବାଇଲ ,୯ ହଜାର ୫ ଶହ ଟଙ୍କ ଜବତ କରିଛି ଖୋର୍ଦ୍ଧା ଆଦର୍ଶଥାନା ପୋଲିସ। ଦାଦା ବଟିକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ ଗତ ୩୧ ତାରିଖ ରାତିରେ ପାନବରଜ ଖେଳ ପଡ଼ିଆ ନିକଟରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ପାନବରଜ ଗ୍ରାମର ଅନିଲ ଛୋଟରାୟ ଆହତ ହୋଇଥିଲା।
ଆହୁରି ପଢନ୍ତୁ : ବିଲରେ ଧାନ ତଳି ରୋଉଥିଲେ, ବଜ୍ରପାତରେ ଚାଲିଗଲା ଜୀବନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।