03 AUGUST 2026

Welcome!

Unlock your personalized experience.
Sign Up

Headache Triggers : ପ୍ରତିଦିନ ହେଉଛି କି ମୁଣ୍ଡବିନ୍ଧା ? ଆପଣଙ୍କର ଏହି ୫ଟି ଅଭ୍ୟାସ ହୋଇପାରେ ଏହାର କାରଣ, ଆଜି ହିଁ ବଦଳାନ୍ତୁ

Aug 03, 2026 - 20:44
Headache Triggers :  ପ୍ରତିଦିନ ହେଉଛି କି ମୁଣ୍ଡବିନ୍ଧା ? ଆପଣଙ୍କର ଏହି ୫ଟି ଅଭ୍ୟାସ ହୋଇପାରେ ଏହାର କାରଣ, ଆଜି ହିଁ ବଦଳାନ୍ତୁ

ନୂଆଦିଲ୍ଲୀ : ଅନେକ ମହିଳା ଓ ପୁରୁଷ ପ୍ରତିଦିନ ମୁଣ୍ଡବିନ୍ଧା ହେଉ ଥିବାର କହି ଥାନ୍ତି। ଏହା ଏକ ସାଧାରଣ ସମସ୍ୟା , ହେଲେ ପ୍ରତିଦିନ ଏମିତି ହେଲେ ଏହା ଆପଣଙ୍କୁ ସମସ୍ୟାରେ ପକାଇ ପାରେ। ଯେବେ କୌଣସି ବ୍ୟକ୍ତିଙ୍କୁ ମୁଣ୍ଡବ୍ୟଥା ହୋଇଥାଏ ,ତ ଏହା ଭିନ୍ନ ଭିନ୍ନ ପ୍ରକାରର ଅନୁଭବ ହୋଇ ପାରେ। ଯେମିତି କି କିଛି ଲୋକଙ୍କର ମୁଣ୍ଡବିନ୍ଧା ହେବା ଦ୍ୱାରା ମୁଣ୍ଡରେ ହାଲୁକା ଭାରୀପଣ ଅନୁଭବ ହୋଇଥାଏ। ଆଉ କାହାର ଅତ୍ୟଧିକ ଯନ୍ତ୍ରଣା ହୁଏ , ପୁଣି କେତେବେଳେ ଆଖି ପଛପଟେ ଯନ୍ତ୍ରଣା ହୁଏ। ଯେଉଁ ଲୋକଙ୍କର ମାଇଗ୍ରେନ୍ ସମସ୍ୟା ଥାଏ, ସେମାନଙ୍କର ମୁଣ୍ଡର ଅଧା ଅଂଶରେ ତୀବ୍ର ଯନ୍ତ୍ରଣା ହୁଏ ,ଯାହା ଧିରେ ଧିରେ ହୋଇଥାଏ। ଏଥିରେ ବାନ୍ତି ଲାଗିବା ଭଳି ଅନୁଭବ ହୋଇ ପାରେ ଏବଂ ଖୁବ୍ ଆଲୋକ କିମ୍ବା ପ୍ରବଳ ଶବ୍ଦ ଯୋଗୁଁ ଅସୁବିଧା ହୋଇ ପାରେ। ମାସରେ କେବେକେବେ ମୁଣ୍ଡ ବିନ୍ଧିବା ଏକ ସାଧାରଣ କଥା ହୋଇପାରେ, କିନ୍ତୁ ଯଦି ପ୍ରତିଦିନ ଏପରି ହେଉଥାଏ, ଆପଣଙ୍କୁ ନିଜର କିଛି ଅଭ୍ୟାସ ବଦଳାଇବାର ଆବଶ୍ୟକତା ରହିଛି।

ଏଠାରେ ଏପରି ୫ଟି ସାଧାରଣ ଅଭ୍ୟାସ ବିଷୟରେ କୁହାଯାଇଛି, ଯାହା ମୁଣ୍ଡବିନ୍ଧାର କାରଣ ହୋଇ ଥାଏ ।

ମୁଣ୍ଡବିନ୍ଧା ବଢ଼ାଉ ଥିବା ୫ଟି ଅଭ୍ୟାସ :

୧) ଖାଦ୍ୟ ଖାଇବା ଛାଡ଼ି ଦେବା :

ଯେତେବେଳେ ବି ଜଣେ ବ୍ୟକ୍ତି ଖାଦ୍ୟ ଖାଇବା ଛାଡ଼ି ଦିଅନ୍ତି କିମ୍ବା ବିଳମ୍ବରେ ଖାଦ୍ୟ ଖାଆନ୍ତି, ସେତେବେଳେ ଶରୀରରେ ବ୍ଲଡ୍ ସୁଗାର୍ ଲେଭଲ୍ କମି ଯାଏ, ଯାହା ମୁଣ୍ଡବିନ୍ଧା ବିଶେଷ କରି ମାଇଗ୍ରେନର କାରଣ ସାଜି ଥାଏ। ନିୟମିତ ବ୍ୟବଧାନରେ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟାକୁ ଦୂରେଇ ହୁଏ।

୨) ପାଣି ନ ପିଇବା :

ଏହା ସବୁଠାରୁ ସାଧାରଣ ଅଭ୍ୟାସଗୁଡ଼ିକ ମଧ୍ୟରୁ ଗୋଟିଏ। ଯେତେବେଳେ ଆପଣ ଦିନସାରା ପାଣି ପିଅନ୍ତି ନାହିଁ କିମ୍ବା କମ୍ ପାଣି ପିଅନ୍ତି, ସେତେବେଳେ ଶରୀରରେ ପାଣିର ଅଭାବ ଦେଖା ଦିଏ। ଡିହାଇଡ୍ରେସନ୍ ମୁଣ୍ଡବିନ୍ଧାର ସବୁଠାରୁ ମୁଖ୍ୟ କାରଣ। ଆପଣ ସୁସ୍ଥ ଅନୁଭବ କରୁ ଥିଲେ ମଧ୍ୟ ସାରା ଦିନ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ।

୩) ନିଦ୍ରା ସମ୍ବନ୍ଧୀୟ ସମସ୍ୟା :

ବହୁତ କମ୍ କିମ୍ବା ବହୁତ ଅଧିକ ଶୋଇବା ଦ୍ୱାରା ମଧ୍ୟ ମୁଣ୍ଡ ବିନ୍ଧି ପାରେ। ଦୈନିକ ସାତରୁ ଆଠ ଘଣ୍ଟା ଶୋଇବା ସବୁଠାରୁ ଭଲ। ରାତି ସମୟରେ ଅଧିକ ମୋବାଇଲ୍ ବା ଟିଭି ଦେଖିବା ଯୋଗୁଁ ମଧ୍ୟ ମୁଣ୍ଡବିନ୍ଧା ହେବାର ଆଶଙ୍କା ବଢ଼ିଥାଏ। ଏହି ଅଭ୍ୟାସରୁ ଦୂରେଇ ରହିବା ଉଚିତ୍।

୪) ଅତ୍ୟଧିକ ସ୍କ୍ରିନ୍ ଟାଇମ୍ :

ମୋବାଇଲ୍ କିମ୍ବା ଟାବଲେଟ୍ ବହୁ ସମୟ ଧରି ବ୍ୟବହାର କରିବା ଦ୍ୱାରା ଆଖି ଉପରେ ଚାପ ପଡ଼ି ଥାଏ, ବେକର ମାଂସପେଶୀ ଟାଣି ହୋଇ ଯିବା ଏବଂ ଷ୍ଟ୍ରେସ୍ ଯୋଗୁଁ ମୁଣ୍ଡ ବିନ୍ଧି ପାରେ। ଏଥିରୁ ରକ୍ଷା ପାଇବା ପାଇଁ '୨୦-୨୦-୨୦' ରୁଲକୁ ଅନୁସରଣ କରନ୍ତୁ। ଏହି ନିୟମାନୁସାରେ , ପ୍ରତି ୨୦ ମିନିଟ୍ରେ, ଅତି କମରେ ୨୦ ସେକେଣ୍ଡ୍ ପାଇଁ ୨୦ ଫୁଟ୍ ଦୂରରେ ଥିବା କୌଣସି ଜିନିଷକୁ ଦେଖନ୍ତୁ। ମଝିରେ ମଝିରେ କାମରୁ ବ୍ରେକ୍ ନେବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ମିଳି ପାରିବ।

୫) ଅଧିକ କ୍ୟାଫିନ୍ ନେବା କିମ୍ବା ହଠାତ୍ କଫି ଛାଡ଼ି ଦେବା:

କମ୍ ପରିମାଣର କ୍ୟାଫିନ୍ ମୁଣ୍ଡବିନ୍ଧା କମାଇବାରେ ସାହାଯ୍ୟ କରିଥାଏ। କିନ୍ତୁ ଅଧିକ ପରିମାଣରେ ନେବା କିମ୍ବା ହଠାତ୍ ଏହାକୁ ଛାଡ଼ିଦେବା ଦ୍ୱାରା ମୁଣ୍ଡବିନ୍ଧା ବଢ଼ିପାରେ। କ୍ୟାଫିନର ସେବନ ସୀମିତ ପରିମାଣରେ କରିବା ସବୁଠୁ ଭଲ।

ଆହୁରି ମଧ୍ୟ ପଢନ୍ତୁ - Heart Care Tips : ହୃତପିଣ୍ଡକୁ ଦୀର୍ଘ ଦିନ ଯାଏ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଅଭ୍ୟାସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।