୪୦୦ ଟ୍ବେଣ୍ଟି-୨୦ ୱିକେଟ୍‌ ନେବାରେ ଚହଲ ପ୍ରଥମ ଭାରତୀୟ

Nov 20, 2026 - 06:36
୪୦୦ ଟ୍ବେଣ୍ଟି-୨୦ ୱିକେଟ୍‌ ନେବାରେ ଚହଲ ପ୍ରଥମ ଭାରତୀୟ

ଚଣ୍ଡିଗଡ଼: ଭାରତୀୟ କ୍ରିକେଟ୍‌ରେ ନୂଆ ଇତିହାସ ଯୋଡ଼ିଛନ୍ତି ଲେଗ୍‌ ସ୍ପିନର ୟୁଝବେନ୍ଦ୍ର ଚହଲ।

ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୪୦୦ ୱିକେଟ୍‌ ହାସଲ କରିବାରେ ସେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି।

ବୁଧବାର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ହରିୟାଣା ପକ୍ଷରୁ ଖେଳି ତାମିଲନାଡ଼ୁ ବିପକ୍ଷ ମ୍ୟାଚ୍‌ରେ ଏହି ଐତିହାସିକ ସଫଳତା ପାଇଛନ୍ତି ୩୬ ବର୍ଷୀୟ ଚହଲ।

ଚହଲ ୪ ଓଭରରେ ୧୬ ରନ୍‌ ଦେଇ ୩ ୱିକେଟ୍‌ ଅକ୍ତିଆର କରିଥିଲେ।

Advertisment Trilateral Meeting: ପରମାଣୁ ଅସ୍ତ୍ର ନିୟନ୍ତ୍ରଣଠାରୁ ଇରାନ୍‌ ଓ ୟୁକ୍ରେନ୍‌ ଯୁଦ୍ଧ ପର୍ଯ୍ୟନ୍ତ ଆଲୋଚନା; ବିଶ୍ୱ ଶାନ୍ତି ରକ୍ଷା ଉପରେ ଗୁରୁତ୍ୱ ତାଙ୍କ ମୋଟ ଟ୍ବେଣ୍ଟି-୨୦ ୱିକେଟ୍‌ ସଂଖ୍ୟା ୨୪୬ ମ୍ୟାଚ୍‌ରୁ ୪୦୨ରେ ପହଞ୍ଚିଛି।

ତାଙ୍କ ଘାତକ ବୋଲିଂ ବଳରେ ତାମିଲନାଡ଼ୁ ୧୯.୫ ଓଭରରେ ୧୨୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।

ଭାରତୀୟଙ୍କ ମଧ୍ୟରେ ଟ୍ବେଣ୍ଟି-୨୦ରେ ସର୍ବାଧିକ ୱିକେଟ୍‌ ହାସଲକାରୀ ଭାବେ ଚହଲ ଏବେ ଶୀର୍ଷରେ ରହିଛନ୍ତି।

ଏହି ତାଲିକାରେ ଭୁବନେଶ୍ୱର କୁମାର ୩୬୬, ଯଶପ୍ରୀତ ବୁମ୍‌ରା ୩୫୪, ପୀୟୂଷ ଚାୱଲା ୩୨୯ ଓ ରବିଚନ୍ଦ୍ରନ ଅଶ୍ୱିନ ୩୨୩ ୱିକେଟ୍‌ ସହ ପରବର୍ତ୍ତୀ ୪ ସ୍ଥାନରେ ଅଛନ୍ତି।

Shooting: ଆମେରିକାରେ ଭୁଲବଶତଃ ହାଇଦ୍ରାବାଦ ଯୁବକ ନିଜ ଭାଇ ଉପରକୁ ଗୁଳି କଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)