WEDNESDAY
01 JULY 2026

Welcome!

Unlock your personalized experience.
Sign Up

ହ୍ୟାକିଂରେ ମାହିର ଦୁନିଆର ସବୁଠାରୁ ଶକ୍ତିଶାଳୀ AI ଉପରୁ ବ୍ୟାନ୍ ହଟାଇଲେ ଟ୍ରମ୍ପ ସରକାର, CIA କହିଲା 'ଡିଜିଟାଲ୍ ପରମାଣୁ ଅସ୍ତ୍ର'

Jul 01, 2026 - 09:12
ହ୍ୟାକିଂରେ ମାହିର ଦୁନିଆର ସବୁଠାରୁ ଶକ୍ତିଶାଳୀ AI ଉପରୁ ବ୍ୟାନ୍ ହଟାଇଲେ ଟ୍ରମ୍ପ ସରକାର, CIA କହିଲା 'ଡିଜିଟାଲ୍ ପରମାଣୁ ଅସ୍ତ୍ର'

ନୂଆଦିଲ୍ଲୀ, ୧।୭: ଦୁନିଆର ସବୁଠାରୁ ଶକ୍ତିଶାଳୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମଡେଲ୍ ଉପରେ ଆମେରିକା ସରକାର ଲଗାଇଥିବା ପ୍ରତିବନ୍ଧକ ଏବେ ହଟିଯାଇଛି । ଏହି ବ୍ୟାନ୍ ହଟିବା ପରେ ଏହାର ନିର୍ମାତା କମ୍ପାନୀ 'ଆନ୍ଥ୍ରୋପିକ୍' ଘୋଷଣା କରିଛି ଯେ, ସେମାନେ ଖୁବ୍ ଶୀଘ୍ର ନିଜର ସବୁଠାରୁ ପାୱାରଫୁଲ୍ AI ମଡେଲ୍ 'କ୍ଲଡ୍ ଫେବଲ୍ ୫' ଏବଂ 'ମାଇଥୋସ୍ ୫' ର ସେବା ସାରା ବିଶ୍ୱରେ ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି । ଏହି AI ମଡେଲ୍ କୌଣସି ସାଧାରଣ ଟୁଲ୍ ନୁହେଁ । କମ୍ପାନୀର ଦାବି ଅନୁଯାୟୀ, ହ୍ୟାକିଂ ଏବଂ ସାଇବର ସୁରକ୍ଷା ମାମଲାରେ ଏହା ମଣିଷଠାରୁ ମଧ୍ୟ ଅଧିକ ଦ୍ରୁତ ଓ ସଠିକ୍ ଭାବେ କାମ କରିପାରେ । ଏହି କାରଣରୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଆମେରିକା ପୂର୍ବରୁ ଏହା ଉପରେ ରୋକ୍ ଲଗାଇଥିଲା, ଯାହାକୁ ଏବେ ଡୋନାଲ୍ଡ ଟ୍ରମ୍ପ ସରକାର ପ୍ରତ୍ୟାହାର କରିନେଇଛନ୍ତି ।

ଟ୍ୱିଟ୍ କରି ସୂଚନା ଦେଲା କମ୍ପାନୀ:

ଆନ୍ଥ୍ରୋପିକ୍ କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ପୋଷ୍ଟ କରି କହିଛି, "ଆମକୁ ସୂଚନା ମିଳିଛି ଯେ ଆମେରିକାର ବାଣିଜ୍ୟ ବିଭାଗ 'କ୍ଲଡ୍ ଫେବଲ୍ ୫' ଏବଂ 'ମାଇଥୋସ୍ ୫' ର ରପ୍ତାନି ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି । ଆମେ ଆସନ୍ତାକାଲିଠାରୁ ଏହାର ଆକ୍ସେସ୍ ପୁଣି ଆରମ୍ଭ କରିବୁ ।" ଗତ ଜୁନ୍ ୧୨ ତାରିଖରେ ଆମେରିକା ସରକାର ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଏଆଇ ମଡେଲ୍ଗୁଡ଼ିକୁ ଅନ୍ୟ ଦେଶରେ ଉପଲବ୍ଧ କରାଇବା ଉପରେ ରୋକ୍ ଲଗାଇଥିଲେ । ସରକାରଙ୍କ କହିବା କଥା ଥିଲା ଯେ, ଏହି ଟୁଲ୍ର ସୁରକ୍ଷା ବ୍ୟବସ୍ଥାରେ କିଛି ତ୍ରୁଟି ରହିଥିଲା, ଯାହାର ଅପବ୍ୟବହାର କରାଯାଇପାରେ । ଏହାପରେ କମ୍ପାନୀ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା । ଏବେ ଟ୍ରମ୍ପ ସରକାରଙ୍କ ଅନୁମତି ପରେ ଆମେରିକାର କିଛି ନିର୍ଦ୍ଦିଷ୍ଟ ସାଇବର ସୁରକ୍ଷା କମ୍ପାନୀକୁ ପ୍ରଥମେ 'ମାଇଥୋସ୍ ୫' ବ୍ୟବହାର କରିବାକୁ ସୁଯୋଗ ମିଳିଛି । ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକ୍ ଏକ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ଏହି ଏଆଇ ମଡେଲ୍ ଜନିତ ବିପଦକୁ କମ୍ କରିବା ପାଇଁ ଆନ୍ଥ୍ରୋପିକ୍ କମ୍ପାନୀ ଆମେରିକା ସରକାରଙ୍କ ସହ ମିଶି ସଫଳତାର ସହ କାମ କରିଛି ।

ଏହି ଏଆଇ ମଡେଲ୍‌କୁ ନେଇ କାହିଁକି ବଢ଼ୁଛି ଚିନ୍ତା ?

ଟେଷ୍ଟିଂ ସମୟରେ ଏହି ଏଆଇ ମଡେଲ୍ ସାଇବର ସୁରକ୍ଷା କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ସଫଳତା ଦେଖାଇଛି । କମ୍ପାନୀର ଦାବି ଅନୁଯାୟୀ, ଏହି ଏଆଇ ବିନା କମାଣ୍ଡରେ କମ୍ପ୍ୟୁଟର ସିଷ୍ଟମରେ ଥିବା ସାଙ୍ଘାତିକ ସୁରକ୍ଷା ତ୍ରୁଟି ଖୋଜି ବାହାର କରିପାରୁଛି । ଏପରିକି ଗୋଟିଏ ସିଷ୍ଟମରେ ୨୭ ବର୍ଷ ଧରି ଲୁଚି ରହିଥିବା ଏକ ବଡ଼ ସୁରକ୍ଷା ତ୍ରୁଟିକୁ ଏହା ଚିହ୍ନଟ କରିଛି । ଏହି ମଡେଲ୍ର ପ୍ରିଭ୍ୟୁ ସଂସ୍କରଣ ପୂର୍ବରୁ ବିଶ୍ୱର ପ୍ରାୟ ସମସ୍ତ ବଡ଼ ଓପରେଟିଂ ସିଷ୍ଟମ ଏବଂ ୱେବ୍ ବ୍ରାଉଜରରେ ହଜାର ହଜାର ସୁରକ୍ଷା ତ୍ରୁଟି ଖୋଜି ସାରିଛି । ଏହା କେବଳ ସିଷ୍ଟମର ଦୁର୍ବଳତା ଖୋଜେ ନାହିଁ, ବରଂ ସେହି ଦୁର୍ବଳତାର ଫାଇଦା ଉଠାଇ କେମିତି ହ୍ୟାକ୍ କରାଯାଇପାରିବ, ତାର ଉପାୟ ମଧ୍ୟ ବତାଇ ଦେଇଥାଏ । ଏହି କାରଣରୁ ବିଶ୍ୱର ବିଭିନ୍ନ ଦେଶର ଅର୍ଥମନ୍ତ୍ରୀ, କେନ୍ଦ୍ରୀୟ ବ୍ୟାଙ୍କ ଅଧିକାରୀ ଏବଂ ଆର୍ଥିକ କ୍ଷେତ୍ରର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ଯଦି ଏହି ଟେକ୍ନୋଲୋଜି ଭୁଲ୍ ହାତରେ ପଡ଼େ, ତେବେ ଭବିଷ୍ୟତରେ ସାରା ବିଶ୍ୱର ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି ।

CIA କହିଲା 'ଡିଜିଟାଲ୍ ପରମାଣୁ ଅସ୍ତ୍ର':

ଆମେରିକାର ଗୁପ୍ତଚର ସଂସ୍ଥା CIA ର ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ଏହି ଆଡଭାନ୍ସ AI ମଡେଲ୍ର କ୍ଷମତାକୁ 'ପରମାଣୁ ଅସ୍ତ୍ର' ସହ ତୁଳନା କରିଛନ୍ତି । ୱାଶିଂଟନ୍ରେ ଆୟୋଜିତ AWS ସମିଟ୍ରେ ସେ କହିଛନ୍ତି, "ରାଷ୍ଟ୍ରପତିଙ୍କ ଜାତୀୟ ସୁରକ୍ଷା ଏବଂ ଆର୍ଥିକ ସୁରକ୍ଷା ପରାମର୍ଶଦାତାଙ୍କ ସହ ଆମ ଆଲୋଚନାରେ ଏହି ଆଧୁନିକ AI ମଡେଲ୍ଗୁଡ଼ିକର ପ୍ରଭାବ ବିଷୟରେ ଆଲୋଚନା ହୋଇଛି । ଏହାର ଶକ୍ତିକୁ ଯଦି ଆମେ 'ଡିଜିଟାଲ୍ ପରମାଣୁ ଅସ୍ତ୍ର' କହିବା, ତେବେ ତାହା ଆଦୌ ଭୁଲ୍ ହେବନାହିଁ ।"