WEDNESDAY
01 JULY 2026

Welcome!

Unlock your personalized experience.
Sign Up

Smart Dustbin : ଆବର୍ଜନା ପାଖକୁ ଚାଲି ଚାଲି ଯିବ ଡଷ୍ଟବିନ୍, ନିଜେ ଅଳିଆ ଉଠାଇବ ‘ଟ୍ରାଶବୋଟ୍‌’

Jul 01, 2026 - 12:42
Smart Dustbin : ଆବର୍ଜନା ପାଖକୁ ଚାଲି ଚାଲି ଯିବ ଡଷ୍ଟବିନ୍, ନିଜେ ଅଳିଆ ଉଠାଇବ ‘ଟ୍ରାଶବୋଟ୍‌’

ନୂଆଦିଲ୍ଲୀ, ୧/୦୭ : ଦିଲ୍ଲୀ ବାସିନ୍ଦା ୧୭ ବର୍ଷୀୟା ମାହି ମଲ୍‌ହାଣୀ ‘ଟ୍ରାଶ୍‌ବୋଟ୍‌’ ନାମକ ଏକ ସ୍ମାର୍ଟ ଡଷ୍ଟବିନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ଆବର୍ଜନା ପକାଇବାକୁ ପଡ଼ିବ ନାହିଁ, ବରଂ ଏହା ନିଜେ ଆବର୍ଜନା ପାଖକୁ ଯାଇ ଉଠାଇବ । ସେତିକି ନୁହେଁ, ଏଆଇ ସାହାଯ୍ୟରେ ଆବର୍ଜନାର ପ୍ରକାର ଅନୁସାରେ ତାକୁ ଜୈବବିଘଟନଯୋଗ୍ୟ କିମ୍ବା ଅଣ-ଜୈବବିଘଟନ ଆଧାରରେ ବିଭକ୍ତ କରିବ। 

ମାହି ଲକ୍ଷ୍ୟ କଲେ ଯେ, ଲୋକେ ପ୍ରାୟତଃ ଡଷ୍ଟବିନ୍‌ ବାହାରେ ଆବର୍ଜନା ଫିଙ୍ଗି ଚାଲିଯାଉଛନ୍ତି। ସେ ଏହାର ସମାଧାନର ମାର୍ଗ ଖୋଜିଲେ ଏବଂ ଏଥିଲାଗି ଟେକ୍ନୋଲୋଜିର ସାହାଯ୍ୟ ଲୋଡ଼ିଲେ । ରାଞ୍ଚୋ ଲ୍ୟାବ୍ସ ଓ ଆଇଆଇଟି ଦିଲ୍ଲୀର ଗବେଷକଙ୍କ ସାହାଯ୍ୟରେ ମାହି ଏକ ଅତ୍ୟନ୍ତ ଉନ୍ନତ ରୋବୋଟିକ୍‌ ପ୍ରୋଟୋଟାଇପ୍‌ ‘ଟ୍ରାଶ୍‌ବୋଟ୍‌’ ପ୍ରସ୍ତୁତ କଲେ । ଏଥିରେ ଉନ୍ନତ ଅଲ୍‌ଟ୍ରାସୋନିକ ସେନ୍ସର ପ୍ରୟୋଗ କରାଯାଇଛି, ଯାହା କାର୍‌ଗୁଡ଼ିକର ପାର୍କିଂ ସେନ୍ସର ଭଳି କାମ କରେ । ଏହି ସେନ୍ସର ଡଷ୍ଟବିନ୍‌କୁ କାନ୍ଥ କିମ୍ବା କୌଣସି ବ୍ୟକ୍ତି ସହ ଧକ୍କା ହେବାରୁ ରକ୍ଷା କରେ । ଆବର୍ଜନାକୁ ଅଲଗା କରିବା ପାଇଁ ଏଥିରେ ଏକ ହାଇଟେକ୍‌ କ୍ୟାମେରା ଓ ୟୋଲୋଭି୩ ନାମକ ଏଆଇ ମଡେଲର ଉପଯୋଗ ହୋଇଛି । 

ଟ୍ରାଶ୍‌ବୋଟ ସାମ୍ନାରେ ଥିବା ଆବର୍ଜନାର ଫଟୋ ଉଠାଏ ନିଜ ପ୍ରଣାଳୀରେ ଗଚ୍ଛିତ ତଥ୍ୟ ସହ ତା’ର ପରିଚୟ କରାଏ । ତା’ପରେ ସେହି ଆବର୍ଜନା ଜୈବବିଘଟନଯୋଗ୍ୟ କିମ୍ବା ଅଣ-ଜୈବବିଘଟନଯୋଗ୍ୟ, ସେହି ଆଧାରରେ ବିଭକ୍ତ କରି ଗଚ୍ଛିତ କରେ । ଏଥିରେ ଦୁଇଟି ଛୋଟ କମ୍ପ୍ୟୁଟର ମିଳିତ ଭାବେ କାମ କରୁଛି । ରାସ୍‌ପବେରି ପାଇ ରୋବୋର ମସ୍ତିଷ୍କ ରୂପେ ଫଟୋକୁ ପ୍ରକ୍ରିୟାକୃତ କରି ଆବର୍ଜନା ଚିହ୍ନଟ କରେ । ଆର୍ଡୁଇନୋ ଉନୋ ଏହାର ଗତିବିଧିକୁ ନିୟନ୍ତ୍ରଣ କରେ । ଏହାର ଏଆଇ ଆବର୍ଜନାକୁ ଚିହ୍ନଟ କରିବା ମାତ୍ରେ ରୋବୋରେ ସଂଲଗ୍ନ ସ୍ପେଶାଲ ଟ୍ରେନିଂ ମୋଟର ଏହାର ଆବର୍ଜନା କୋଠରୀକୁ ତଳକୁ ନୁଆଁଇଦିଏ ଏବଂ ଆବର୍ଜନା ଆପଣାଛାଏ ଉଚିତ୍‌ ବିଭାଗକୁ ଚାଲିଯାଏ । ଏହି ରୋବୋକୁ ଆପ୍‌ ଦ୍ୱାରା ବି ନିୟନ୍ତ୍ରଣ କରାଯାଇପାରେ । ମାନୁଆଲ କିମ୍ବା ଅଟୋମେଟିକ୍‌ ମୋଡ୍‌ରେ ବି ସହଜରେ ପରିଚାଳନା କରାଯାଇପାରେ।

ଆହୁରି ପଢନ୍ତୁ- ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି; ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ସହ ପେଟ୍ରୋଲ୍-ଡିଜେଲ, ଜାଣନ୍ତୁ ନୂଆ ଦର