ହେଲମେଟରେ ଲାଗିବ ଏୟାରବ୍ୟାଗ
ବାଇକ୍ ଆରୋହୀଙ୍କ ସୁରକ୍ଷା ପାଇଁ ଚୀନ୍ରେ ଏକ ଅତ୍ୟାଧୁନିକ ‘ଏୟାରବ୍ୟାଗ୍ ହେଲମେଟ୍’ ବିକଶିତ କରାଯାଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ହେଲମେଟଟି ଦୁର୍ଘଟଣା ସମୟରେ ସ୍ୱୟଂଚାଳିତ ଭାବେ ଫୁଲି ଉଠି ମୋଟରସାଇକେଲ ଓ ସ୍କୁଟର ଚାଳକଙ୍କୁ ସୁରକ୍ଷା ପ୍ରଦାନ କରିବ । ଏହାର ପରୀକ୍ଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୀନ୍ର କମ୍ପାନୀ ‘ଲାନଶି ୟେମା ମୋଟରସାଇକେଲ ଫିଟିଂସ’ ଦ୍ୱାରା ନିର୍ମାଣ କରାଯାଉଥିବା ଏହି ହେଲମେଟ୍ର ବର୍ତ୍ତମାନ ପରୀକ୍ଷଣ ଚାଲିଛି । ସାଧାରଣ ହେଲମେଟ୍ରେ ଏକ ମଜବୁତ ବାହ୍ୟ ଆବରଣ ଓ ଭିତର ସ୍ତର ରହିଥାଏ ଯାହା ମୁଣ୍ଡକୁ ଆଘାତରୁ ରକ୍ଷା କରେ । ଏହି ନୂତନ ହେଲମେଟ୍ ଭିତରେ ଏକ ଅତିରିକ୍ତ ଏୟାରବ୍ୟାଗ୍ ଖଞ୍ଜାଯାଇଛି । ଦୁର୍ଘଟଣା ଘଟିବା ମାତ୍ରେ ଏଥିରେ ଲାଗିଥିବା ସେନ୍ସରଗୁଡ଼ିକ ତୁରନ୍ତ ଏୟାରବ୍ୟାଗ୍କୁ ସକ୍ରିୟ କରିଦେବେ ଏବଂ ଏଥିରେ ଗ୍ୟାସ୍ ଭର୍ତ୍ତି ହୋଇ ଏହା ଫୁଲି ଉଠିବ । ଏହି ହେଲମେଟ୍ର ସ୍ୱତନ୍ତ୍ର ଡିଜାଇନ୍ ଦୁର୍ଘଟଣା ସମୟରେ ମୁଣ୍ଡ ଉପରେ ପଡ଼ୁଥିବା ପ୍ରଭାବକୁ ହ୍ରାସ କରିବା ସହିତ କପାଳ ଏବଂ ମୁଣ୍ଡର ଉଭୟ ପାର୍ଶ୍ୱକୁ ସୁରକ୍ଷା ପ୍ରଦାନ କରିବ । ତେବେ ଏହି ଭିଡିଓକୁ କିଛି ପ୍ରଶଂସା କରୁଥିବାବେଳେ କିଛି ଏହାକୁ ଏଆଇ ବୋଲି ମତ ଦେଉଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
