ହାତୀ ଉପଦ୍ରବ ଅବ୍ୟାହତ
ଏବେ ଝାଡ଼ଖଣ୍ଡୀ ହାତୀପଲ ଅଞ୍ଚଳରେ ପ୍ରବେଶ କରି ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିବା ସହ ପାଚିଲା ଧାନ ଫସଲକୁ ଖାଇବା ଏବଂ ଦଳିଚକଟି ନଷ୍ଟ କରିବାରେ ଲାଗିଛନ୍ତି। ଏହି ହାତୀ ଉପଦ୍ରବର ଆଉ ଏକ ଘଟଣା ଆଜି ଚିତ୍ରଡ଼ା-ଦାନ୍ତିଆମୁହାଁ ପୂର୍ତ୍ତବିଭାଗର ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି। ଭାଲୁକଚୁଆ ନିକଟରେ ଏକ ବିଶାଳ ଦନ୍ତାହାତୀ ରାସ୍ତା ଉପରକୁ ଆସି ଅବସ୍ଥାନ କରିବା ସହ ରାସ୍ତାରେ ପହରା ଦେବା ଭଳି ରହିଥିଲା। ଫଳରେ ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମଟର ଅଟକି ରହିଥିଲା। ଦନ୍ତାହାତୀ ରାସ୍ତା ଉପରେ ରହିଥିବାରୁ ପ୍ରାୟ ଦେଢ଼ ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଯାତ୍ରୀ ଓ ଗାଡ଼ିଚାଳକମାନେ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ହାତୀ ଟି ଲୋକଙ୍କୁ ଦୌଡାଉ ମଧ୍ୟ ଥିଲା।
/sambad/media/media_files/2026/11/22/whatsapp-image-2026-11-22-20-38-47.jpeg)
ତେବେ ଏଭଳି ଏକ ସମ୍ବେଦନଶୀଳ ଓ ବିପଦପୂର୍ଣ୍ଣ ପରିସ୍ଥିତିରେ ସେଠାରେ ବନବିଭାଗର କୌଣସି କର୍ମଚାରୀଙ୍କ ଉପସ୍ଥିତି ଦେଖିବାକୁ ମିଳିନଥିଲା। ବନବିଭାଗର କର୍ମଚାରୀଙ୍କ ଅନୁପସ୍ଥିତିରେ କିଛି ଅମାନିଆ ଲୋକ ଦନ୍ତାହାତୀର ନିକଟକୁ ଯାଇ ସେଲ୍ଫି ନେବାକୁ ଉଦ୍ୟମ କରୁଥିବା ଦେଖାଯାଇଥିଲା। ଏଭଳି ବିପଜ୍ଜନକ ଆଚରଣ ଯେକୌଣସି ସମୟରେ ଗୁରୁତର ଦୁର୍ଘଟଣାର କାରଣ ହୋଇପାରେ।
/sambad/media/media_files/2026/11/22/whatsapp-image-2026-11-22-20-39-02.jpeg)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
