ସୁଟକେଶ ଭିତରୁ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା
ନନ୍ଦିଘୋଷ ବ୍ୟୁରୋ : ତାମିଲନାଡୁ ଏକ୍ସପ୍ରେସର ସାଧାରଣ ବଗିରୁ ଲାଲ ରଙ୍ଗର ସୁଟକେଶ ଭିତରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା। ମୃତ ମହିଳା ହାଇଦୁଲ୍ ନିଶାଙ୍କ ଘର ଜଗତସିଂହପୁର ପୌର ପରିଷଦ ଦେଉଳି ଗ୍ରାମେଶ୍ୱର ଓହଳର ବୋଲି ସୂଚନା ମିଳିଛି। ମହିଳାଙ୍କୁ ଇପିଏଫ ବାବାଦରେ ୪ ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କା ଲାଗି ମହିଳାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।
ଭଡ଼ା ଘରେ ରହୁଥିବା ସ୍ଵାମୀ-ସ୍ତ୍ରୀ ତାଙ୍କୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ଶାଶୂ। ସମସ୍ତେ ଗୋଟିଏ କମ୍ପାନୀରେ କାମ କରୁଥିଲେ l ମହିଳାଙ୍କ ନିକଟରେ ବି କିଛି ସୁନାଗହଣା ଥିଲା। ଗତ ଅଗଷ୍ଟ ୬ରେ ତାମିଲନାଡୁ ଏକ୍ସପ୍ରେସ ଚେନ୍ନାଇ ସେଣ୍ଟ୍ରାଲ ନୂଆଦିଲ୍ଲୀ ବାହାରିଥିଲା l ଅଗଷ୍ଟ ୬ ତାରିଖରେ ଆଗ୍ରାର ସେଣ୍ଟ୍ରାଲ ରେଲୱେ ଷ୍ଟେସନରେ ପହଂଚିଥିଲା l ସେଠାରୁ ଏହି ସୁଟକେଶ ଜବତ ହୋଇଥିଲା।
ଟ୍ରେନ୍ ବାହାରିଥିବା ସ୍ଥାନରୁ ପାଖାପାଖି ୩୫୦ଟି ସିସିଟିଭି କ୍ୟାମେରା ଯାଞ୍ଚ ପରେ ଜଣେ ପୁରୁଷ ଜଣେ ମହିଳା ଏକ ସୁଟକେଶ ଧରି ଟ୍ରେନରେ ଚଢ଼ୁଥିବା ଚିତ୍ର ସାମ୍ନାକୁ ଆସିଥିଲା l ପୋଲିସ ଜାଣିବାକୁ ପାଇଥିଲା ଡେଡ୍ ବଡ଼ିଟି ତାମିଲନାଡୁର ପରମାକୁଡି ଅଞ୍ଚଳର l ମୃତକଙ୍କ ନାଁ ୩୮ ବର୍ଷ ବୟସ୍କ ହାଇଦୁଲ୍ ନିଶା l ସେ ଗୁଡ଼ୁଭେଞ୍ଚରି ମସଜିଦ୍ ଷ୍ଟ୍ରିଟରେ ଏକ ଭଡ଼ାଘରେ ରହୁଥିଲେ l ଆଉ ସେ ଘରେ ରହୁଥିଲେ ଓଡ଼ିଶାର ମାଣିକ ଉଦ୍ଦିନ ଲସ୍କର ଏବଂ ଭଗବତୀ ମାଝୀ l ସେମାନେ ନିଜକୁ ସ୍ଵାମୀ ସ୍ତ୍ରୀର ପରିଚୟ ଦେଇ ରହୁଥିଲେ l
ସନ୍ଦିଗ୍ଧମାନଙ୍କ ମୋବାଇଲ ନମ୍ବର ଟ୍ରାକ୍ କରିବାରୁ ଲାଷ୍ଟ କଲ ଥିଲା ଭୁବନେଶ୍ବର l ଏମାନଙ୍କୁ ଗିରଫ କରିବା ପାଇଁ ତାମିଲନାଡୁ ପୋଲିସର ୩ଟି ଟିମ୍ ଓଡିଶାରେ ଡେରା ପକାଇଛନ୍ତି l ହାଇଦୁଲ୍ ନିଶା ଓ ତାର ୧୯ ବର୍ଷର ପୁଅ ମିଶି ରହୁଥିଲେ l ଆଜକୁ ତିନି ଚାରି ମାସ ହେବ ତାର ପୁଅ ତା ପାଖରେ ରହୁନଥିଲା। ୪ ଲକ୍ଷ ଟଙ୍କା ଓ ସମସ୍ତ ସୁନାଗହଣା ବି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
