ସିମ୍ବ କୋବି ଚିଲି

Jul 06, 2026 - 13:39
ସିମ୍ବ କୋବି ଚିଲି

 

ସାମଗ୍ରୀ - ସିମ୍ବ, କୋବି, ପିଆଜ, କ୍ୟାପସିକମ, ଟମାଟୋ, ରସୁଣ, ଧନିଆ ପତ୍ର, ଚିଲି ସସ, ଟମାଟୋ ସସ୍, ସୋୟା ସସ୍, ରାଶି, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ହଳଦୀ, ଲୁଣ ।

ପ୍ରଣାଳୀ - ପ୍ରଥମେ ସମସ୍ତ ପରିବାକୁ ବଡ ବଡ କରି କାଟି ନିଅନ୍ତୁ । ରସୁଣକୁ କୋଲା ଛଡାଇ ନିଅନ୍ତୁ । ଏହାପରେ ତେଲ ପକାଇ ଅଳ୍ପ ଗୋଟା ଜୀରା ପକାନ୍ତୁ । ଏହା ଫୁଟିବାପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ । ଅଳ୍ପ ଭାଜି ହେବା ପରେ ଏଥିରେ ରସୁଣ ଓ କ୍ୟାପସିକମ ପକାଇ ଭାଜନ୍ତୁ । ଅଳ୍ପ ସମୟରେ ଏଥିରେ କୋବି, ସିମ୍ବ ପକାଇ ଭାଜନ୍ତୁ । ପରିବା ଅଳ୍ପ ସିଝିବା ପରେ ଏଥିରେ ଟମାଟୋ ପକାନ୍ତୁ । ଟମାଟୋ ପକାଇବା ପରେ ଏଥିରେ ସମସ୍ତ ସସ୍ଓ ଗୁଣ୍ଡ ମସଲା ପକାଇ ନିଅନ୍ତୁ । ଏହାପରେ ଆହୁରି ଅଳ୍ପ ସମୟ ଭାଜନ୍ତୁ, ଯେପରି ପରିବା ଭଲ କରି ଭାଜି ହୋଇଯିବ । ଶେଷରେ ରାଶି ଓ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ସିମ୍ବ କୋବି ଚିଲି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।