ଖୁବ ଶୀଘ୍ର ହେବ ବିବାହ

Jul 06, 2026 - 13:39
ଖୁବ ଶୀଘ୍ର ହେବ ବିବାହ

 

'ସେଲିବ୍ରିଟି ମାଷ୍ଟର ଚେଫ୍', 'ଲାଫ୍ଟର ସେଫ୍ସ ଅନଲିମିଟେଡ୍ ଏଣ୍ଟରଟେନମେଣ୍ଟ' ଏବଂ 'ଦି ୫୦' ଭଳି ଅନେକ ରିଆଲିଟି ସୋ' ଜରିଆରେ ଦର୍ଶକଙ୍କ ହୃଦୟ ଜିତିଥିବା ସୋସିଆଲ ମିଡିଆ ଷ୍ଟାର ତଥା ଅଭିନେତା ମିଷ୍ଟର ଫୈଜୁ ଚର୍ଚ୍ଚାରେ । ସୂଚନା ଅନୁସାରେ ଚଳିତ ୨୦୨୬ ମସିହାରେ ସେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏନେଇ ସେ ନିଜେ ଏକ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ବଡ଼ ଖୁଲାସା କରିଛନ୍ତି ।  ଫୈଜୁ କହିଛନ୍ତି ଯେ, ବର୍ତ୍ତମାନ ସେ କାହାକୁ ଡେଟ୍ କରୁନଥିଲେ ମଧ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ସେ ନିଶ୍ଚିତ ଭାବେ ନିଜ ଜୀବନସାଥୀ ପାଇଯିବେ । ଏକ ର୍ୟାପିଡ୍-ଫାୟାର୍ ରାଉଣ୍ଡରେ ସେ ଲଭ୍ ମ୍ୟାରେଜ୍ ଅପେକ୍ଷା ଆରେଞ୍ଜଡ୍ ମ୍ୟାରେଜ୍କୁ ଅଧିକ ପସନ୍ଦ କରୁଥିବା କହିବା ସହ ତାଙ୍କ ପରିବାର ଏବେ ତାଙ୍କ ପାଇଁ କନ୍ୟା ଖୋଜୁଥିବା ନେଇ ସୂଚନା ଦେଇଛନ୍ତି । ଏହାସହିତ ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରି ସେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ସେ ପ୍ରତିଯୋଗୀ ଭାବେ କୌଣସି ନୂଆ ରିଆଲିଟି ସୋ'ରେ ଭାଗ ନେବାକୁ ଚାହୁଁନାହାନ୍ତି ।  'ଲକ୍ ଅପ୍-୨'କୁ ନେଇ ଚାଲିଥିବା ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ, ବରଂ ସେ ଏବେ ନିଜକୁ ଅଧିକ ଗ୍ରୁମିଂ କରିବା ସହ ସିନେମା ଏବଂ ଓଟିଟି ପ୍ଲାଟଫର୍ମରେ ଅଭିନୟ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।